ମୁଖ୍ୟମନ୍ତ୍ରୀ ଭାବେ କ।ର୍ଯ୍ୟଭ।ର ଗ୍ରହଣ କଲେ ଅରବିନ୍ଦ କେଜରିଓ୍ବାଲ
ନୂଆଦିଲ୍ଲୀ- ରବିବାର ଶପଥ ଗ୍ରହଣ କରିବା ପରେ ଆମ ଆଦ୍ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟଭାର ସମ୍ଭାଳିଛନ୍ତି । ଅରବିନ୍ଦ କେଜରିଓ୍ବାଲ ଲଗାତର ତୃତୀୟଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। କେଜରିଓ୍ବାଲଙ୍କ ଭଳି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ନିଜ କାର୍ୟ୍ୟଭାର ସମ୍ଭାଳିଛନ୍ତି। ସେହିପରି କେଜରିଓ୍ବାଲ ସରକାରରେ ମନ୍ତ୍ରୀ ଥିବା ସତ୍ରେନ୍ଦ୍ର ଜୈନ, ରାଜେନ୍ଦ୍ର ପାଲ ଗୌତମ ଓ ଇମ୍ରାନ ହୁସୈନ ମଧ୍ୟ ସୋମବାର କାର୍ୟ୍ୟଭାର ସମ୍ଭାଳିଥିବା ଜଣାପଡ଼ିଛି ।


