୨ ବାଇକ୍ ଧକ୍କା, ୪ ଆହତ
କୋଦଳା : (ଗୁଲସନ୍ କୁମାର କର) ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କଞ୍ଚଣା ନିକଟରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ପିହାନିଆ ଗ୍ରାମରୁ ମିଥୁନ ପଲାଇ(୨୪) ଓ ରଞ୍ଜୁ(୩୫)ବେହେରା ବାଇକ୍ ଯୋଗେ ବେଗୁନିଆପଡ଼ାରୁ କୋଦଳା ଯାଉଥିବା ବେଳେ ଅପର ପକ୍ଷରୁ ରାଣୀପଡା ଗ୍ରାମର ଶରତ ଦାଶ(୩୫) ଓ ସୁବାଷ ଦାଶ(୨୩) ତାଙ୍କ ଗାଡିରେ ଅପର ପାର୍ଶ୍ୱରେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣେ ମହିଳାଙ୍କ ସମେତ ୩ଜଣ ଆହତ ହୋଇଥିଲେ । ଖବର ପାଇ କୋଦଳା ଦମକଳ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଶରତ ଓ ରଞ୍ଜୁଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ୨ ଟି ଗାଡିକୁ ଜବତ କରିଛନ୍ତି ।