ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍): : ହାଟଡିହି ବ୍ଲକ ଜମ୍ଭରାଠାରେ ଥିବା ଭାନୁପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଗିରିଙ୍କୁ ବିଦାୟକାଳୀନ ଅବସର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଷ୍ଟାର ଜିଲ୍ଲା ସଭାପତି ଶାନ୍ତନୁ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ସହକାରୀ ଶିକ୍ଷକ ନବକିଶୋର ଲେଙ୍କା, ସମ୍ମାନୀତ ଅତିଥିଭାବେ ଗୌରାଙ୍ଗ ଚରଣ ସା, ଶତୃଘ୍ନ ମଲ୍ଲିକ, ସରପଞ୍ଚ ଅନୁସୁୟା ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ଜେନା, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ସେନାପତି ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ଗିରିଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ଉପଢ଼ୌକନ ଓ ପୁଷ୍ପଗୁଚ୍ଛଦେଇ ସମ୍ବଦ୍ଧିତ କରି ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଶିକ୍ଷକ ରବି ନାରାୟଣ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରଫୁଲ କୁମାର ନାୟକ, ରଶ୍ମୀରାଣୀ ଗୁପ୍ତା, ସୁମନ୍ତ କୁମାର ଦାସ, ନିରଞ୍ଜନ ବେହେରା, ରବିନ୍ଦ୍ର କୁମାର ସ୍ୱାଇଁ, ଚିତ୍ତରଞ୍ଜନ ମଲ୍ଲିକ, ଅଞ୍ଜଳୀ ପାଗଳ, କର୍ମଚାରୀ ସତ୍ୟଭାମା ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।