ଶୀତଳ ଷଷ୍ଠୀ ପାଇଁ ଉଠିବ ପଡିବ ପଶ୍ଚିମ ଓଡିଶା
ସମ୍ବଲପୁର (ଯୁଗାବ୍ଦ ନ୍ୟୁଜ) ଆଜି ପବିତ୍ର ଅକ୍ଷୟ ତୃତୀୟାରେ ପଶ୍ଚିମ ଓଡିଶାର ପ୍ରମୁଖ ସହର ସମ୍ବଲପୁରରେ ଶୀତଳ ଷଷ୍ଠୀ ପାଇଁ ଆରମ୍ଭ ହୋଇଛି ଥାଳ ଉଠା ପର୍ବ । ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାରେ କିଏ ପାର୍ବତୀଙ୍କର କନ୍ୟାପିତା ହେବାର ସୌଭାଗ୍ୟ ଅର୍ଜନ କରିବ ତାହା ଆଜି ନିର୍ଣ୍ଣୟ କରାଯାଇଛି । ଆଧ୍ୟାତ୍ମିକ ପରିବେଶ , ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ରେ ଥାଳ ଉଠିଛି । ଏଥି ସହିତ ଆଜି ଠାରୁ ଆରମ୍ଭ ହୋଇଛି ଶୀତଳ ଷଷ୍ଠୀ ପାଇଁ ପ୍ରାକ ପ୍ରସ୍ତୁତି । ଷଷ୍ଠୀ ଯାତ୍ରା ଏକ ମହତ୍ତ୍ୱ ପୁର୍ଣ୍ଣ ଅଙ୍ଗ ଅଟେ । ଯାତ୍ରା ପରିଚାଳନା କରିବା ପାଇଁ ଅଧିକ ପରିମାଣର ଅର୍ଥ ଆବଶ୍ୟକ ହୋଇଥାଏ । ଥାଳ ଉଠାଯାଇ ଆଜି ଠାରୁ ଚାନ୍ଦା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ପଡାକୁ ପଡା ଥାଳ ବୁଲି ଚାନ୍ଦା ସଂଗ୍ରହ କରାଯିବ ବୋଲି ଜଣାପଡିଛି । ଲୋକମାନେ ଆନନ୍ଦର ସହିତ ଅର୍ଥ ଦେଇ ଷଷ୍ଠୀ ଯାତ୍ରା ଆୟୋଜନର ଶୁଭାରମ୍ଭ କରିଛନ୍ତି । ଷଷ୍ଠୀ ଯାତ୍ରାର ପୌରାଣିକ ମତାନୁଯାଇ , ଦେବୀ ପାର୍ବତୀଙ୍କୁ କନ୍ୟା ରୁପେ ସ୍ୱଗୃହକୁ ବରଣ କରିନେଇ ହରହର ମହାଦେବଙ୍କ ସହିତ ବିବାହ କରାଇବା ସହିତ ଦେବୀ ପାର୍ବତୀଙ୍କ ସକାଶେ କନ୍ୟାଦାନ କରିବାର ଏବଂ ସ୍ୱଗୃହକୁ ବରାତିରେ ଆସି ପହଞ୍ଚିଥିବା ଶିବଙ୍କୁ ସ୍ୱାଗତ କରିବାର ଏକ ଅଭିନବ ପରମ୍ପରା ରହିଛି । ଅକ୍ଷୟ ତୃତୀୟା ଉପଲକ୍ଷେ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କୁ ପରମ୍ପରା ଅନୁଯାୟୀ ଜଳାଶାୟୀ କରାଯାଇଥାଏ । ଚଳିତ ବର୍ଷ ନନ୍ଦ ପଡାର ବାଲୁଙ୍କେଶ୍ୱର ଶାତଳ ଷଷ୍ଠୀ ଯାତ୍ରା ପାଇଁ ମୁନିସପାଲିଟ ଛକ ବାସିନ୍ଦା ଏବଂ ଶ୍ରୀମତି କାଦମ୍ବିନୀ କନ୍ୟା ପିତାର ସୌଭାଗ୍ୟ ଅର୍ଜନ କରିଥିବା ବେଳେ ବିଭୁତି ଭୁଷଣ ମିଶ୍ର ବରପିତା ହେବେ ବୋଲି ଶୀତଳଷଷ୍ଠୀ କମିଟି ପକ୍ଷରୁ ଜଣାପଡିଛି ।


