ଉତ୍ସାହୀ ଯୁବଙ୍କ ଦ୍ୱାରା ପିଡିତ ଙ୍କୁ ସହାୟତା
ବ୍ରହ୍ମପର (ଯୁଗାବ୍ଦ ନ୍ୟୁଜ)ପୁରୁଣା ବ୍ରହ୍ମପୁର ମେଣ୍ଟି ଛକ ଓ ସୀତା ଢିମିରା ସାହି ଅଞ୍ଚଳର କିଛି ଉତ୍ସାହି ଯୁବକ ମାନଙ୍କ ଦ୍ୱରା ଫୋନି ବାତ୍ୟାରେ କ୍ଷତି ଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ପୁରୀ ଜିଲ୍ଲା ସାତପଡା ଅଞ୍ଚଳର ଫୋନି ବାତ୍ୟରେ କ୍ଷତିଗ୍ରସ୍ଥ ପିଡିତଙ୍କୁ ସୁଖିଲା ଖାଦ୍ୟ ପୁଡିଆ , ବିସ୍କୁଟ, ଛତୁଆ , ଚିନି ଗୁଡ ,ମହମବତୀ ସମେତ ପୋଷାକ ପ୍ରଦାନ ସୋସବାର ରେ କରାଯାଇଥିବା ଜଣାପଡିଛି । ଦୁଶ୍ମନ୍ତ ଘଡେଇଙ୍କ ନେତୃତ୍ୱରେ ଭୈ÷ରବ ଜେନା, ଶିବ ହାତି , କାମରାଜ ଲିମା, ଜୟ , ଚିଣ୍ଟୁ ନାୟକ, ଦଣ୍ଡ ଗଉଡ ପ୍ରମୁଖ ଉକ୍ତ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ଥଙ୍କୁ ସହାୟତା କିରିଥିଲେ । ଏପରି ଜନହିତକାରୀ କାର୍ଯ୍ୟ କରିଥିବାରୁ ଅଞ୍ଚଳର ବୁଦ୍ଧିଜୀବିମାନେ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଏହିପରି ସହଯୋଗର ହାତ ଯୁବକ ମାନଙ୍କ ଦ୍ୱାରା କରାଯିବ ବୋଲି ଦୁଷ୍ମନ୍ତ ସୁଚନା ଦେଇଛନ୍ତି ।