ଚର୍ଚ୍ଚାରେ ରଣବୀର୍‌ଙ୍କ ଗୋଲ୍ଡେନ୍‌ ଆଉଟ୍‌ଫିଟ୍‌

ମୁମ୍ବାଇ : ନିଜ ଫ୍ୟାଶନ ତଥା ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ରଣବୀର୍‌ ସିଂଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୈନନ୍ଦୀନ ଜୀବନ ହେଉ ଅଥବା କୌଣସି ରାମ୍ପ୍‌ ଶୋ’ କି ଇଭେଟ କିମ୍ବା ଫିଲ୍ମ ପ୍ରମୋସନ ସବୁ ଜାଗାରେ ତାଙ୍କ ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚା ଲାଗିରହିଥାଏ । ନିକଟରେ ଏବେ ରଣବୀର୍‌ଙ୍କ ଲୁକ୍‌କୁ ନେଇ ଲୋକଙ୍କ ହୋସ୍‌ ଉଡିଯାଇଛି । ଫିଲ୍ମଫେୟାର୍‌ ୨୦୨୦ରେ ସାମିଲ୍‌ ହେବା ପାଇଁ ଆସାମର ଗୌହ୍ବାଟୀଠାରେ ରଣବୀର ସିଂହ ପହଞ୍ଚିଥିଲେ । ଏଠାରେ ସେ ଷ୍ଟାଇଲିଶ୍‌ ପ୍ରିଣ୍ଟେଟ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ । କିନ୍ତୁ ସବୁଠୁ ବେଶି ଚର୍ଚ୍ଚାରେ ରହିଥିଲା ତାଙ୍କର ଚମକିଲା ଗୋଲ୍ଡେନ୍‌ ସୁଟ୍‌ ।ରଣବୀର ଗୋଲ୍ଡେନ୍‌ ସୁଟ୍‌ ସହିତ ବ୍ଲାକ୍‌ ହାଇ ନେକ୍‌ ଓ କ୍ୟାପ୍‌ ପିନ୍ଧିଥିବାର ନଜର ଆସିଥିଲେ। ରଣବୀର୍‌ ଏଥିରେ ବ୍ଲାକ୍‌ ଚଷମା ଲଗାଇବା ସହିତ ଏକ ଅଲଗା ଅନ୍ଦାଜରେ ନଜର ଆସିଥିଲେ । ରଣବୀର୍‌ଙ୍କ ଏହି ଲୁକ୍‌କୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ସହିତ କମେଣ୍ଟ ଜାରି ରହିଛି । କେହି କେହି ତାଙ୍କୁ ଚାନ୍ଦକୁ ଯିବାର ପ୍ରସ୍ତୁତି ବୋଲି କହିବା ସହିତ କେହି କେହି ତାଙ୍କୁ ଇଣ୍ଡିଆନ୍‌ ଲେଡି ଗାଗା ବୋଲି କହିଛନ୍ତି। ଆଉ କେହି କେହି ତାଙ୍କୁ ଗିପ୍ଟ ପେପର୍‌ରେ ଗୁଡେଇ ହୋଇଥିବାର କହିଛନ୍ତି । ଫିଲ୍ମଫେୟାର ୨୦୨୦ରେ ରଣବୀରଙ୍କ ଅଭିନୀତ ‘ଗଲିବୟ’କୁ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ଅଭିନେତା ସହିତ ୧୦ଟି ଫୁରସ୍କାର ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ