ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଉନ୍ମତ କାଣ୍ଡ:ଏଲଇଡ଼ି ଓ ଲାପଟପ୍ ଭଙ୍ଗାରୁଜା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସୱାନ୍ ଭିଡ଼ିଓ କନଫେରେନ୍ସିଂ ହଲ୍ ପରିସରରେ ମିଶନ ଶକ୍ତି ସଂପର୍କରେ ଭିଡ଼ିଓ କନଫେରେନ୍ସିଂ ଚାଲିଥିବା ବେଳେ ଜଣେ ଯୁବକ ହଠାତ୍ ପଶି ଭଙ୍ଗାରୁଜା କରି ଉନ୍ମତ କାଣ୍ଡ ଘଟାଇଛନ୍ତି । ସୂଚନା ଯୋଗ୍ୟ ଯେ ମଙ୍ଗଳବାର ଦିନ ୧୨ଟାରେ ଓସୱାନ ଭିଡ଼ିଓ କନଫେରେନ୍ସିଂ ହଲ୍ ପରିସରରେ ଜିଲ୍ଲାର ସମସ୍ତ ସିଡ଼ିପିଓ ଓ ମିଶନ୍ ଶକ୍ତିର ଅଧିକାରୀମାନେ ଉପସ୍ଥିତ ରହି ରାଜ୍ୟ ମିଶନ ଶକ୍ତି ଡ଼ାଇରେକ୍ଟରଙ୍କ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଆଲୋଚନା ହେଉଥିବା ବେଳେ ହଠାତ୍ ଛତ୍ରପୁର ଥାନା ଅନ୍ତର୍ଗତ କତୁଆରି ଗ୍ରାମର ଜୈନକ ଯୁବକ ହଲ୍ ଭିତରେ ଧସେଇ ପଶି ସେଠାରେ ଥିବା ଏଲଇଡ଼ି ଟିଭି ଭଙ୍ଗା ରୁଜା କରି ସହ ଲାପଟପ୍ ଫୋପାଡ଼ି ଦେଇଥିଲେ । ଏହାକୁ ପ୍ରତିରୋଧ କରିବା ବେଳେ କାର୍ଯ୍ୟାଳୟର ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମାଚାରୀ ଆଘାତ ହୋଇଛନ୍ତି । ଏହି ଘଟଣା ଦେଖି ହଲ୍ ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଘଟଣା ସଂପର୍କରେ ଛତ୍ରପୁର ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଉକ୍ତ ଯୁବକକୁ ଥାନାକୁ ନେଇ ଅଟକ ରଖି ଘଟଣାର ତଦନ୍ତ ଚଳାଉଛନ୍ତି । ଖବର ଲେଖା ହେଲା ପର୍ଯ୍ୟନ୍ତ ଥାନା ଏତଲା ଦାୟର ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ