ବୁଲେଟ୍ ରେ ବୁଲି ସ୍ୱଚ୍ଛତା ଓ ପରିମଳ ତଦାରଖ କଲେ ଗଂଜାମ ଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ପ୍ରଥମେ ଚାଲି ଚାଲି ,ପରେ ସାଇକେଲ ଆଜି ବାଇକ୍ ତଥା ବୁଲେଟ୍ ଗାଡି ରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରାତି ସାଢେ ୯ ଟାରେ ବୁଲି ଛତ୍ରପୁର ସହରର ସ୍ୱଚ୍ଛତା ଓ ପରିମଳ ତଦାରଖ କରିଥିଲେ । ନିଜ ବାସଭବନ ଠାରୁ ସେ ବୁଲେଟ୍ ବାହାରି ଅପରବସଷ୍ଟାଣ୍ଡ୍, ମୁଖ୍ୟବଜାର, ରିକାପଲ୍ଲୀ ଏବଂ ଲୋୟର ବସଷ୍ଟାଣ୍ଡ୍ ଆଦି ସ୍ଥାନକୁ ଭ୍ରମଣ କରିଥିଲେ । ମୁଖ୍ୟବଜାର କାରିଣୀ ସାହି ଛକ ସ୍ଥିତ ଏକ ଗ୍ୟାସ୍ ଚୁଲା ଷ୍ଟେସନାରୀ ଦୋକାନ ସମ୍ମୁଖରେ ଅପରିଷ୍କାର ଥିବା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନ୍ଏସି ପକ୍ଷରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ନିଜ ଘରକୁ ଯେପରି ସ୍ୱଚ୍ଛତା ରଖୁଛନ୍ତି ନିଜ ଦୋକାନ ସମ୍ମୁଖକୁ ମଧ୍ୟ ସେଭଳି ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ନଚେତ ପରବର୍ତ୍ତୀ ସମୟରେ ଏଥିପାଇଁ ଆହୁରୀ ଅଧିକା ଜୋରିମାନା ଦେବାକୁ ପଡିବ ବୋଲି ଜିଲ୍ଲାପାଳ ଦୋକନୀଙ୍କୁ ଚେତାଇ ଦେଇଥିଲେ । ସେହିପରି ଛତ୍ରପୁର ଠାକୁରାଣୀ ମନ୍ଦିର ରୋଡ ଏବଂ ବଡ ବଜାର କେତକ ଦୋକାନ କୁ ଦୋକାନ ବୁଲି ଜିଲ୍ଲାପାଳ ସ୍ୱଚ୍ଛତା ତଦାରଖ କରିବା ସହ ପଲିଥିନ୍ ବ୍ୟବହାର ନ କରିବାକୁ କହିଥିଲେ । ସମସ୍ତେ ନିଜ ନିଜ ଦୋକାନରେ ଡଷ୍ଟବିନ୍ ରଖି ବ୍ୟବହାର କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଏସ୍.ଦାଲେୟା ରେଡ୍ଡୀ, ପରିମଳ ନୀରିକ୍ଷକ ଗୌରହରୀ ପଣ୍ଡା ଏବଂ ପରିମଳ ଠିକାଦାର ସୂର୍ଯ୍ୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ