ଗଂଜାମରେ ଜେଏମଏଫସି କୋର୍ଟ ଖୋଲିବା ନିମନ୍ତେ ବିଧାୟକଙ୍କ ବିଧାନସଭାରେ ପ୍ରଶ୍ନ କଲେ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଚଳିତ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଂଜାମ ଠାରେ ପ୍ରସ୍ତାବିତ ଜେଏମଏଫସି କୋର୍ଟ କେବେ ଆରମ୍ଭ ହେବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ବର୍ତମାନ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ଠାରେ ପ୍ରସ୍ତାବିତ ଜେଏମଏଫସି କୋର୍ଟ ପାଇଁ ଆବଶ୍ୟକୀୟ ପଦପଦବି ଗୁଡ଼ିକ ସୃୃଷ୍ଟି କରାଯିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଅଛି । ଆବଶ୍ୟକ ପଦପଦବି ଏବଂ ଭିତିଭୂମିର ବ୍ୟବସ୍ଥା ହେବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହା କାର୍ଯ୍ୟକ୍ଷମ କରାଇବେ ବୋଲି କହିଥିଲେ । ଛତ୍ରପୁର ବିଧାୟକ ଶ୍ରୀ ବେହେରା ଚଳିତ ବିଧାନସଭାରେ ଏଭଳି ପ୍ରଶ୍ନ କରିଥିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଥିଲେ । ପ୍ରକାଶ ଥାଉକି ଯେ ଛତ୍ରପୁର ବିଧାୟକ ଶ୍ରୀ ବେହେରା ବିଧାୟକ ଭାବେ ନିର୍ବାଚିତ ହେବା ଠାରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବହୁ ଉନ୍ନତିମୂଳକ କାର୍ଯ୍ୟ ନେଇ ପୂର୍ବରୁ ବି ବିଧାନସଭାରେ ନିର୍ବାଚନ ମଣ୍ଡଳୀର ହିତ ନିମନ୍ତେ ବହୁ ପ୍ରଶ୍ନ କରି ଆସିଛନ୍ତି । ତେଣୁ ସେ ନିର୍ବାଚନ ମଣ୍ଡଳୀର ଜଣେ ସୁବିଧାୟକ ଭାବେ ସମସ୍ତଙ୍କ ପାଖରେ ପ୍ରଶଂସାଯୋଗ୍ୟ ହୋଇପାରିଛନ୍ତି । ଏହା ସହ ଛତ୍ରପୁର ଠାରେ ବିଧାୟକ କାର୍ଯ୍ୟାଳୟ ଖୋଲି ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣି ଏହାର କିପରି କାର୍ଯ୍ୟକ୍ଷମ ହେବ ଏହା ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଲୋକଙ୍କୁ ସୁବିଧା କରି ଆସୁଛନ୍ତି ।


