ରାଗପୁର ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୃତିତ୍ୱ ଅର୍ଜନ
କୋଦଳା :(ଗୁଲସନ୍ କୁମାର କର) ସିବିଏସଇ ପରୀକ୍ଷାଫଳ ପ୍ରକାଶ ପାଇସାରିଛି।ସେହିପରି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ କୃତିତ୍ବ ଲାଭ କରିଛନ୍ତି ।ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ରାଗପୁର ଆଦର୍ଶ ବିଦ୍ୟାଳୟରେ ମୋଟ ୬୫ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୫୪ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୬ ଜଣ ଦିତୀୟ ଶ୍ରେଣୀ ଏବଂ ୪ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ଅକୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଆରତୀ ବିଶ୍ବାଳ ୯୪.୬ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୯୩.୨ ରଖି ନିର୍ଲିପ୍ତ ରଂଜନ ପ୍ରଧାନ ଦିତୀୟ ଓ କେ.ଶେଫାଳି ୯୧.୨ ପ୍ରତିଶତ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଅଭିନନ୍ଦନ ଜଣାଇଛନ୍ତି।


