ଖାଉଟି ଡିଲରମାନଙ୍କୁ ଆଇ ସ୍କାନର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ

କେନ୍ଦ୍ରାପଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ଖାଉଟି ଡିଲରମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଆଇ ସ୍କାନରର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସହକାରୀ ବେସାମରିକ ଯୋଗାଣ ଅଧିକାରୀ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଭିଜନଟେକର ରାଜ୍ୟ ଭାରପ୍ରାପ୍ତ ଅଧିକାରୀ ରାଜେଶ ସାହୁ ଯୋଗଦେଇ ଖାଉଟି ଡିଲରମାନଙ୍କୁ କିଭଳି ଆଇସ୍କାନର ଦ୍ୱାରା ରାସନକାର୍ଡ ହିତାଧିକାରୀମାନଙ୍କ ଚକ୍ଷୁକୁ ସ୍କାନ କରାଯାଇ ମ୍ୟାଚ କରିବା ପରେ ପ୍ରତ୍ୟେକ ମାସରେ ରାସନ ସାମଗ୍ରୀ ପ୍ରଦାନ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେସାମରିକ ଯୋଗାଣ ବିଭାଗର ପୁରସ୍ତମ ଦାସ, ସିଲି ବେହେରା, ପ୍ରିୟବ୍ରତ ଦାସ, ଚନ୍ଦନ କୁମାର ରାଉତ, ମଧୁସୁଦନ ନାୟକ, ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଉପସ୍ଥିତ ଖାଉଟି ଡିଲରମାନଙ୍କୁ ଆଇ ସ୍କାନର କିଟ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ