ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ଗ୍ରାମ୍ୟ ରାସ୍ତା ଶୋଚନୀୟ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଭୋଗପୁର ଗ୍ରାମର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଉକ୍ତ ଗ୍ରାମ୍ୟ ରାସ୍ତା ପାଶ୍ୱର୍ ଦେଇ ଯାଇଥିବା କପାଳୀ ନଦୀର ପାଶ୍ୱର୍ରେ ତିଆରି ହେଉଥିବା ସୁରକ୍ଷା ପାଚେରୀ ଯାହାକି ସାଳନ୍ଦୀ ଡିଭିଜନ୍ ପକ୍ଷରୁ କାର୍ଯ୍ୟାଦେଶ ହୋଇ ଜନୈକ ଠିକାଦାରଙ୍କ ଦ୍ୱାରା ମନୋମୁଖୀ ଭାବେ କାର୍ଯ୍ୟ ହେଉଛି । ପ୍ରତ୍ୟେହ ଦିନ ଉକ୍ତ ରାସ୍ତାରେ ଭାରୀଯାନ ଗୁଡିକ ଯାତାୟତ କରିବା ଦ୍ୱାରା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତାର ମରାମତି ପାଇଁ ଠିକାଦାର ଓ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଉକ୍ତ ରାସ୍ତା ପ୍ରାୟ ୨୦୦ ମିଟରରୁ ଉର୍ଦ୍ଧ୍ୱ ହେବ ଖାଲଖମାରେ ପରିଣତ ହୋଇଛି । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଗ୍ରାମର ପ୍ରଭାକର ଦାଶ, ଗଗନ ବିହାରୀ ଦାଶ, ରାମ ଚନ୍ଦ୍ର ତ୍ରିପାଠୀ, ପଦ୍ମନାଭ ଦାସ, ପ୍ରମୋଦ କୁମାର ଦାଶ, ଇନ୍ଦ୍ରମଣି ପଣ୍ଡା, ରଞ୍ଜନ କୁମାର ପଣ୍ଡା, ବିଶ୍ୱମ୍ବର ପଣ୍ଡା ପ୍ରମୁଖ ଦାବୀ କରିଛନ୍ତି ।


