ତହସିଲ ସମ୍ମୁଖରେ ଅନଶନ ୪ର୍ଥ ଦିନରେ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ସୋମବାର ଠାରୁ ବନ୍ତ ତହସିଲ ସମ୍ମୁଖରେ ଟିଲୋ ପଞ୍ଚାୟତର ସମିତି ସଭ୍ୟା ତଥା କଣ୍ଟାପଡା ଗ୍ରାମର ସୁପ୍ରଭା ଦାସ ଓ ତାଙ୍କ ପରିବାରବର୍ଗ ଅନଶନରେ ବସିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ଅନଶନକାରୀ ମାନେ ୪ ଦିନ ହେବ ଖରା, କାକରରେ ନିଜର ଦାବୀ ପୂରଣ ପାଇଁ ବସି ରହିଛନ୍ତି । ଉଲ୍ଲେଖ ଯେ, ଟିଲୋ ପଞ୍ଚାୟତର ସମିତି ସଭ୍ୟା ସୁପ୍ରଭା ଦାସ ଗତ ୨୦୧୭ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଅନୁସୂଚିତ ଉପଜାତି ପ୍ରମାଣପତ୍ର(ମାନୁଆଲ) ପାଇ ନିର୍ବାଚନ ଲଢିଥିଲେ । ପରେ ସେ ଅନ୍ଲାଇନରେ ପ୍ରମାଣ ପତ୍ର ପାଇଁ ତହସିଲରେ ଆବେଦନ କରିଥିବା ବେଳେ ତହସିଲ ପକ୍ଷରୁ ତାଙ୍କୁ ପ୍ରମାଣ ପତ୍ର ଦିଆ ନଯାଇ ଚଳିତ ଫେବୃଆରୀ ୯ ତାରିଖରେ ତାଙ୍କ ଆବେଦନକୁ ଖାରଜ କରିଦିଆଯାଇଛି । ଏହାର ପ୍ରତିବାଦରେ ସେ ଅନଶନ ଜାରି ରଖିଛନ୍ତି ।


