ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସ୍ୱର୍ଗତ ସୁରେଶ ରାଉତଙ୍କ ସ୍ମୃତିଚାରଣ ସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲା ବନ୍ତ ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ତଥା ଛୟାଳସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ସୁରେଶ ଚନ୍ଦ୍ର ରାଉତଙ୍କ ୩ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ମଙ୍ଗୁଲି ଗ୍ରାମରେ ପାଳିତ ହୋଇଯାଇଛି । ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ କଂଗ୍ରେସ ନେତା ତଥା ପିପିସି ସଭ୍ୟ ସୁବ୍ରତ ଦାସ, ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ଭାଜପା ନେତା ପଞ୍ଚାନନ ରାଉତ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ୧୫ନଂ.ଜିଲା ପରିଷଦ କଂଗ୍ରେସ ସଭାପତି ଅନନ୍ତ ଚରଣ ଦାଶ, ୧୬ନଂ.ଜିଲା ପରିଷଦ କଂଗ୍ରେସ ସଭାପତି ନିରଞ୍ଜନ ମଲ୍ଲିକ, ପ୍ରଦ୍ୟୁମ୍ନ ଦାସ, ସୁରେନ୍ଦ୍ର ଜେନା, ଶିକ୍ଷାବିତ୍ ରମାକାନ୍ତ ରାଉତ, ସ୍ମୃତି ରଞ୍ଜନ ସ୍ୱାଇଁ, ଅଶୋକ ସାହୁ, ରାଜ କିଶୋର ପଣ୍ଡା, ଜ୍ୟୋତି ରଞ୍ଜନ ନାୟକ, ମାର୍କଣ୍ଡ ବେହେରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ । ଗତ ୨୦୧୭ ମସିହାରେ ପୂର୍ବ ରାଜନୈତିକ ଶତୃତା ରଖି ଦୃବୁର୍ତ୍ତ ମାନେ ତାଙ୍କୁ ବରହମପୁର ଛକ ଠାରେ ବୋଲେରୋ ଦୁର୍ଘଟଣା କରାଇ ମାରି ଦେବା ଅତି ଅମାନବୀୟ ବୋଲି ବକ୍ତା ମାନେ କହିଥିଲେ । ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଏଯାବ୍ତ ପୋଲିସ ଘଣ୍ଟ ଘୋଡାଉଥିବା ସେମାନେ ଅଭିଯୋଗ କରିଥିଲେ । ବନ୍ତ ବ୍ଲକ କଂଗ୍ରେସ ପାଇଁ ସ୍ୱର୍ଗତ ରାଉତଙ୍କ ଅବଦାନ ଅତୁଳନୀୟ ଥିଲା । ସେ ସଦାସର୍ବଦା ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିଆସୁଥିଲେ । ତାଙ୍କର ବଳିଷ୍ଠ ନେତୃତ୍ୱ ପାଇଁ ଆଜି କଂଗ୍ରେସ ଦଳ ନିଜକୁ ଗର୍ବ ମନେ କରୁଛି ବୋଲି କହିଥିଲେ ।


