୨୩ରେ ନିଳୋକ ସତ୍ସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ସତ୍ସଙ୍ଗ କେନ୍ଦ୍ରରେ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶୁଭ ୧୩୨ତମ ଓ ୪ର୍ଥ ବାର୍ଷିକ ଉତ୍ସବ ଆସନ୍ତା ୨୩ ତାରିଖରେ ପାଳିତ ହେବାକୁ ଯାଉଛି । ପ୍ରତ୍ୟୁଷରୁ ବେଦ ମାଙ୍ଗଳିକ, ନହବତ ଓ ଉଷାକୀର୍ତ୍ତନ, ପ୍ରାତଃ ୬ଟା ୧୩ରେ ସମବେତ ଉଷାବିନତୀ ଓ ଗ୍ରନ୍ଥପାଠ, ୮ଟା ୩୦ରେ ସଙ୍ଗୀତାଞ୍ଜଳୀ, ୯ଟା ୩୦ରେ ନଗର କୀର୍ତ୍ତନ, ୧୧ଟା ୩୦ରେ ସତ୍ସଙ୍ଗ ସଦାଲୋଚନା, ୧ଟା ୩୦ରେ ପ୍ରସାଦ ସେବନ, ୨ଟାରେ ମାତୃ ସମ୍ମିଳନୀ, ୫ଟା ୪୧ରେ ସନ୍ଧ୍ୟା ବିନତି, ନାମଜପ ଓ ଗ୍ରନ୍ଥପାଠ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଶତାଧିକ ଗୁରୁଭ୍ରାତ୍ରା ଓ ମାଆ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।


