ମଧୁବାବୁ କମ୍ପେ୍କ୍ସ ପାର୍କିଂ ସ୍ଥାନରେ ଗଢି ଉଠିଛି ହୋଟେଲ ସନ୍ଦେହରେ ପୈାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପ
ହିଞ୍ଜିଳିକାଟୁ. (ଶେଷଦେବ ସାହୁ): ହିଂଜିଳିକାଟୁ ପୈାରପରିଷଦ କାର୍ଯ୍ୟାଳୟ ସମ୍ମୁଖ ନିର୍ମାଣଧିନ ବସ ଟର୍ମିନାଲ ପରିସରରେ ୬୭ ଲକ୍ଷ ଟଙ୍କା ବ୍ୟୟରେ ଏକ ମଧୁବାବୁ କମ୍ପେ୍ଳକ୍ସକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଏପ୍ରିଲ ୨୦୧୮ରେ ଶୁଭ ଉଦଘାଟନ କରିଥିଲେ । ନିର୍ମାଣ ହେବାର ୧ବର୍ଷ ପରେ ଏକ ଉକ୍ତ କମ୍ପେ୍କ୍ସକୁ ଏକ ଜାତୀୟ ସଂସ୍ଥାକୁ ଭଡ଼ା ସୁତ୍ରରେ ପ୍ରଦାନ ସକାଶେ ଉଦ୍ଧିଷ୍ଟ ବୋଲି କୁହାଯାଇଥିଲା । ନିୟମାନୁସାରେ ଉକ୍ତ କମ୍ପେ୍ଳକ୍ସର ଗ୍ରାଉଣ୍ଡ ଫ୍ଲୋର ପାର୍କିଂ ସକାଶେ ଉଦ୍ଧିଷ୍ଟ ରହିଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ମହଲାକୁ ଭଡ଼ା ସୁତ୍ରରେ ପ୍ରଦାନ କରାଯିବାକୁ ନିୟମ କରାଯାଇଥିଲା । ପରିତାପର ବିଷୟ ସମସ୍ତ ନିତି ନିମୟକୁ ବେଖାତିର କରି ପୌର ପରିଷଦ ପକ୍ଷରୁ ଉକ୍ତ କମ୍ପେ୍କ୍ସକୁ ଜେଅନିକ ବ୍ୟକ୍ତିଙ୍କୁ ଭଡ଼ା ସୁତ୍ରରେ ଦିଅଯାଇଥିବା କୁହାଯାଇଛି । ଉକ୍ତ ବ୍ୟକ୍ତି ସଂପୃକ୍ତ କମ୍ପେ୍କ୍ସର ଗ୍ରାଉଣ୍ଡ ଫ୍ଲୋରର ପାର୍କିଂ ସକାଶେ ସ୍ଥାନ ନରଖି ଚର୍ତୁପ୍ୱାଶ୍ୱର୍ରେ ବାଲି, ଇଟା ପକାଇବା ସହ ଚାରିପଟ ଘେରି ବାନ୍ଧିଥିବା ଦେଖିବାକୁ ମିଳିଛି । ସେଠି ଖୁଚୁରା ବ୍ୟବସାୟୀ ମାନଙ୍କୁ ହୋଟେଲ, ଠେଲା ଗାଡ଼ି ଓ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ମୋଟା ଅଙ୍କରେ ଭଡ଼ା ଦେଇଥିବା ଜଣାପଡ଼ିଛି । ଅନ୍ୟପଟେ ବସଷ୍ଟାଣ୍ଡ ପଛଭାଗରେ ସଂପୃକ୍ତ ବ୍ୟକ୍ତି ବେଆଇନ ଭାବେ ୨ ଚକିଆ ଯାନ ଠାରୁ ପାର୍କିଂ ଫିସ ଆଦାୟ କରୁଛନ୍ତି । ପୌର ପ୍ରଶାସନ ପକ୍ଷରୁ ସହରକୁ ସବୁଜ ଓ ସୁନ୍ଦର କରିବା ସହ ଟ୍ରାଫିକ ସମସ୍ୟା କୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ୫୯ ତଥା ସ୍ଥାନୀୟ ପୌରାଂଚଳର ଉଭୟ ପ୍ୱାଶ୍ୱର୍ର ବହୁ ବ୍ୟକ୍ତି ଡ଼୍ରେନ ଉପରେ ଘରର ପାହାଚ ନିର୍ମାଣ କରିଥିବାରୁ ପାହଚ ଗୁଡ଼ିକୁ ଭାଙ୍ଗି ଦିଆଯାଇଛି । ପୌର ପରିଷଦ କାର୍ଯ୍ୟୋଳୟ ସମୁଖ ବସଟର୍ମିନାଲ କଡ଼ରେ ଥିବା ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ଉଛେଦ କରାଯାଇଛି । କ୍ଷୁଦ୍ର ବ୍ୟବସାୟୀ ମାନେ ନିଜର ବ୍ୟବସାୟ ହରାଇ ଭଗବାନ ଭରସାରେ ଚଳୁଛନ୍ତି ।ସେମାନଙ୍କୁ ଥଇଥାନ କରାଯାଉ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଜଗି ବସିଛନ୍ତି । ଅନ୍ୟ ପଟେ ନିରିହ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଛେଦ କରାଯାଇ ଶାସକ ଦଳର ଜଣେ ବ୍ୟକ୍ତି ବିଶେଷଙ୍କ ସହ ମଧୁଚନ୍ଦ୍ରିକା କରି ମଧୁବାବୁ କମ୍ପେ୍ଳକ୍ସକୁ ଭିତରିଆ ଲିଜ ଦିଆଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଲିଜଧାରୀ ବ୍ୟକ୍ତି କମ୍ପେ୍ଳକ୍ସର ଗ୍ରାଉଣ୍ଡ ଫ୍ଲୋରକୁ ପାର୍କିଂ ସକାଶେ ସ୍ଥାନ ନରଖି କ୍ଷୁଦ୍ର ବ୍ୟବସାୟୀଙ୍କୁ ଭଡ଼ା ସୁତ୍ରରେ ପ୍ରଦାନ କରିବା ଘଟଣା ଘଟିଥିଲେ ମଧ୍ୟ ପୌର ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବାନ୍ଧି ନିରବ ସାଜିଛି ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।


