ଅଙ୍ଗନୱାଡି କେନ୍ଦ୍ର ବୁଲିଲେ ବିଡିଓ
କୁକୁଡାଖଣ୍ଡି,(ଯୁଗାବ୍ଦ ନ୍ୟୁଜ୍):କୁକୁଡାଖଣ୍ଡି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଥିବା ୧୦ ଟି ମଡେଲ ଅଙ୍ଗନୱାଡି କେନ୍ଦ୍ର ବୁଲି ତଦାରଖ କରିଛନ୍ତି କୁକୁଡାଖଣ୍ଡି ବିଡିଓ ଗଦାଧର ଶୁକ୍ଲ । ପୁର୍ବରୁ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଖୋଲାଯାଉନଥିବା ବାରମ୍ଭାର ଅଭିଯୋଗ ହୋଇଆସୁଥିଲା । ତେଣୁ ଅଚାନକ ଗୁରୁବାର ବିଡିଓ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ତଦାରଖ କରିଛନ୍ତି । ଏଥିସହ ଅଙ୍ଗନୱାଡିରେ କୁନି କୁନି ପିଲା ମାନଙ୍କୁ ଖେଳନା ଜିନିଷ ଠାରୁ ଆରମ୍ଭ କରି ବ୍ୟାଗ, ବସିବା ପାଇଁ ଚ୍ୟାୟର ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କୋଟି କୋଟି ବ୍ୟୟ କରାଯାଉଥିବା ବେଳେ ଏହା କେତେ କାର୍ଯ୍ୟକାରୀ ହେଉଛି ସମସ୍ତ କେନ୍ଦ୍ରର ତଦାରଖ କରିଥିଲେ । ଏହା ପୁର୍ବରୁ ଗଂଜାମ ଜିଲ୍ଲାପାଳ ଆଇସିଡିଏସ୍ କାର୍ଯ୍ୟକ୍ରମ ଉପରେ ସମିକ୍ଷା କରିଥିଲେ ।


