୧୦ ଓ ୧୧ ନମ୍ବର ୱାର୍ଡସ୍ତରୀୟ ପରିମଳ କମିଟି ଗଠନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ଏନଏସି ପକ୍ଷରୁ ୧୦ ଓ ୧୧ ନମ୍ବର ୱାଡ୍ ସ୍ତରୀୟ ପରିମଳ କମିଟି ଗଠନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପରିମଳ ନିରିକ୍ଷକ ଗୌରହରି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱଚ୍ଛତା, ପରିମଳ ଏବଂ ପଲିଥିନ୍ କୁ ନା ଉପରେ ଆଲୋଚନା କରାଯାଇଥିଲା । ଦୁଇଟି ୱାର୍ଡର ସମସ୍ତ ସାହି ବାସିନ୍ଦାମାନେ ନିଜର ଅଳିଆ ଆବର୍ଜନାକୁ କିପରି ଏନଏସି ଗାଡ଼ିରେ ପକାଇବେ ଓ ବାହାରେ ଅଳିଆ ଆବର୍ଜନା ପକାଇବେ ନାହିଁ ସେଥି ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଛତ୍ରପୁର ସହରକୁ କିପରି ସୁନ୍ଦର ସ୍ୱଚ୍ଛ ସହରରେ ପରିଣତ କରାଯିବ ସେନେଇ ଗୁରୁତ୍ୱାରୋପ କରାଯାଇଥିଲା । ଜଣେ ଆଉ ଜଣକୁ ଏସମ୍ବନ୍ଧରେ ସଚେତନକା କଲେ ସ୍ୱଚ୍ଛତା ଆପେ ଆପେ ସୁଧାରିବ ବୋଲି ମତ ପ୍ରକାଶ କରାଯାଇଥିଲା । ଏହି ବୈଠକରେ ଏମଇ ସମିଲତା ପ୍ରଧାନ, କମ୍ୟୁନିଟି ଅର୍ଗାନାଇଜର କବିତାରାଣୀ ଦାସ, ଟେକ୍ସ କଲେକ୍ଟର ଏସ୍‌. ଡ଼ାଲେୟା ରେଡ୍ଡି, ଏନ.ୟୁ.ଏଲ୍‌.ଏମ୍ ଶ୍ରୀମତ୍ ପାତ୍ର, ଶ୍ରୀ ଗୌରୀ ଶଙ୍କର ମନ୍ଦିର ପରିଚାଳନା କମିଟିର ଏ. ରାବଣା ରାଓ, ପୂର୍ବତନ କାଉନସିଲର ଟି. ଚନ୍ଦ୍ରଶେଖର ରାଓ, ସାମ୍ବାଦିକ ପ୍ରଶାନ୍ତ ମହାରଣା, ଅଙ୍ଗନବାଡ଼ି କର୍ମୀ ମଂଜୁବାଳା ପାଣିଗ୍ରାହୀ, ନିଗମାନନ୍ଦ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ସାହୁ, ନବୀନ ଚନ୍ଦ୍ର ମହାନ୍ତି, ନବୀନ ଚନ୍ଦ୍ର ବେହେରା, ସ୍ୱଚ୍ଛ ସାଥୀ ସୁପରଭାଇଜର ସନ୍ତୋଷୀ ସାହୁ, ସ୍ୱଚ୍ଛ ସାଥୀ ପୂର୍ଣ୍ଣବାସୀ ମହାପାତ୍ର, ସୁଜାତା ପଣ୍ଡାଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ ଏବଂ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ