ବନ୍ଧ୍ୟାକରଣକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କଠୋର ହେଲେ କମଲନାଥ ସରକାର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କମଲନାଥ ସରକାର ରାଜ୍ୟର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ନିଷ୍ପତ୍ତି ଜାରି କରିଛନ୍ତି। ରାଜ୍ୟର କଂଗ୍ରେସ ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ ଅତି କମ୍‌ରେ ଜଣଙ୍କର ବନ୍ଧ୍ୟାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏପରି ନ କରିପାରିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ ବେତନ କାଟ କରାଯିବା ବୋଲି ସୂଚନା ରହିଛି। ରାଜ୍ୟର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଏପରି ନିର୍ଦ୍ଦେଶ ଜାରି କରାଯାଇଛି। ବନ୍ଧ୍ୟାକରଣର ଟାର୍ଗେଟ ପୂରଣ ନ କରିପାରିଲେ ସ୍ବାସ୍ଥ୍ୟକର୍ମୀଙ୍କୁ ବେତନ କାଟ ସହିତ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ନିଯୁକ୍ତ ଥିବା କର୍ମଚାରୀଙ୍କ ପାଇଁ ୫ରୁ ୧୦ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରିବା ଅନିବାର୍ଯ୍ୟ କରାଯାଇଛି। ଜନସଂଖ୍ୟା ବୃଦ୍ଧିରେ ନିୟନ୍ତ୍ରଣ ପାଇଁ ଭାରତ ୧୯୫୨ରେ ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ