ମାଧ୍ୟମିକ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ
ବୁଗୁଡା, ( ଅନିଲ କୁମାର ମହାରଣା ) ୨୦୧୯ ମାଧ୍ୟମିକ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବୁଗୁଡା ବ୍ଲକରେ ମୋଟ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଛାତ୍ରୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ ଅର୍ଡର ନମ୍ବର ୨୦୯୩ ପ୍ରକାରେ ବୁଗୁଡା ବ୍ଲକରେ ବୁତ୍ତି ପାଇବାକୁ ଯୋଗ୍ୟ ୧୦ ଜଣଙ୍କ ନାମ ହେଲା ୧.ବର୍ଷାରାଣୀ ଜେନା,ତାଳସାକର ହାଇ ସ୍କୁଲ, ୨.ମାଧୁରୀ ମହାରଣା,ବାଲିପଦର ହାଇ ସ୍କୁଲ, ୩.ପ୍ରକୃତି ସ୍ଵାଇଁ, ବାଲିପଦର ଗାର୍ଲସ ହାଇ ସ୍କୁଲ, ୪.ମନୀଷା ଜେନା, ତାଳସାକର ହାଇ ସ୍କୁଲ, ୫.କେ ମାନଶ୍ୱିନ ପାତ୍ର, ମାଣିତରା ହାଇ ସ୍କୁଲ, ୬.ତୁଳସୀ ରାଣୀ ବେହେରା,ସୋରଡ଼ ହାଇ ସ୍କୁଲ, ୭.ଦୀପାଞ୍ଜଳି ବେହେରା, ବିରଞ୍ଚିପୁର ହାଇ ସ୍କୁଲ, ୮.ସାଇରାମ ପାତ୍ର, ବିରଞ୍ଚିପୁର ହାଇ ସ୍କୁଲ, ୯.ଫିରୋଜ କୁମାର ପ୍ରଧାନ,ମୋଟାବାଡ଼ି ହାଇ ସ୍କୁଲ ଓ ୧୦.ମାନସୀ ରାଣୀ ରାଉତ, ବାଲିପଦର ଗାର୍ଲସ ହାଇ ସ୍କୁଲ । ଉପରୋକ୍ତ ଦଶ ଜଣ ତା ୦୧.୦୪.୨୦୧୯ ରିଖ ଠାରୁ ପ୍ରତି ମାସ ୨୫୦ ଟଙ୍କା ଲେଖାଏଁ ୨୪ ମାସ ପାଇଁ ପାଇବେ। ଅର୍ଥାତ ନବମ ଓ ଦଶମ ଶ୍ରେଣୀରେ ପଢ଼ିବା ସମୟର ଦୁଇ ଶିକ୍ଷା ବର୍ଷ ପାଇଁ ବୃତ୍ତି ପାଇବେ।