ପୁଣି ମା’ ହେଲେ ଶିଳ୍ପା, ଘରକୁ ଆସିଲା କୁନି ପରୀ
ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍ନେସ୍ ଆଇକନ୍ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଦ୍ବିତୀୟ ଥର ପାଇଁ ମା’ ହୋଇଛନ୍ତି। ପୂର୍ବରୁ ଶିଳ୍ପାଙ୍କର ଭିଆନ କୁନ୍ଦ୍ରା ନାମକ ଜଣେ ପୁଅ ଥିବାବେଳେ ଏବେ ସେ ଜଣେ ଝିଅର ମା’ ହୋଇଛନ୍ତି। ସେ ତାଙ୍କର ଏହି ନବଜାତ ଝିଅର ନାମ ସମୀଷା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି। ଏହାର ଫଟୋ ସୋସାଲ ମିଡିଆରେ ଶେୟାର କରି ଶିଳ୍ପା ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
ସରୋଗେସି ମାଧ୍ୟମରେ ଶିଳ୍ପା ଏହି ଝିଅକୁ ଜନ୍ମ ଦେଇଛନ୍ତି। ଶିଳ୍ପାଙ୍କ ଝିଅ ୧୫ ଫେବ୍ରୁଆରୀରେ ଜନ୍ମ ହୋଇଥିଲା। କିନ୍ତୁ ଏବେ ଶିଳ୍ପା ଓ ତାଙ୍କ ପତି ରାଜ କୁନ୍ଦ୍ରା ଏହି ଖବରକୁ ସାର୍ବଜନୀନ କରି ସୋସାଲ ମିଡିଆରେ ଏହାର ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରିବା ପରେ ଶିଳ୍ପାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଶିଳ୍ପା ସୋସାଲ ମିଡିଆରେ ଏହି ଖୁସି ଖବର ଶେୟାର କରି ଲେଖିଛନ୍ତି ଯେ ଓମ୍ ଶ୍ରୀ ଗଣେଶାୟ ନମଃ। ତାଙ୍କ ପ୍ରାର୍ଥନାର ଜବାବ ଏକ ଚମତ୍କାର ରୂପରେ ମିଳିଛି। ସେମାନେ ତାଙ୍କର କୁନି ପରୀ ସମୀଷା ଶେଟ୍ଟୀ କୁନ୍ଦ୍ରାଙ୍କ ଜନ୍ମ ଘୋଷଣା କରି ରୋମାଞ୍ଚିତ ଅଛନ୍ତି। ସମସ୍ତେ ତାଙ୍କୁ ଭଲ ପାଇବା ଓ ଆଶୀର୍ବାଦ ଦିଅନ୍ତୁ ବୋଲି ଶିଳ୍ପା କହିଛନ୍ତି। ଏହି ଫଟୋରେ ନବଜାତ ସମୀଷା ମା’ ଶିଳ୍ପାଙ୍କ ଆଙ୍ଗୁଠି ଧରିଛନ୍ତି। ଯଦିଓ ଏହି ଫଟୋରେ ନବଜାତ କନ୍ୟାର ଚେହେରା ନଜର ଆସୁ ନାହିଁ।