ବାତ୍ୟାରେ ଘର ଭାଙ୍ଗି ଥିବା ପରିବାରଙ୍କୁ ଅଣଦେଖା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ବିଭିନ୍ନ ୱାର୍ଡରେ କ୍ଷତିଗ୍ରସ୍ତ ହୋଇଥିବା ବାତ୍ୟା ବିପନ୍ନ ପରିବାରଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୩ ତାରିଖରେ ବାତ୍ୟା ‘ଫନି’ରେ ଗଣିଜାଙ୍ଗ ପଞ୍ଚାୟତର ବହୁ ଗ୍ରାମର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ । ଏହା ମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କ୍ଷୟକ୍ଷତି ସଂପର୍କରେ ସଠିକ୍ ତଦନ୍ତ କରାଯାଇନାହିଁ । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ପ୍ରରୋଚନାରେ ଉକ୍ତ ପଞ୍ଚାୟତର ୧୦ରୁ ୧୫ ଘରକୁ ଯାଇ ପ୍ରଶାସନ ନିଜର ରିପୋର୍ଟ ପ୍ରସ୍ତୁତ କରିଛି । ଫଳରେ ଘର ଭାଂଗି ଥିବା ଲୋକ ମାନେ ସରକାରୀ ସହାୟତା ପାଇବାରୁ ବଞ୍ôଚତ ହୋଇଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଉକ୍ତ ପଞ୍ଚାୟତର ବିଷ୍ଣୁ ମୋହନ ପଣ୍ଡା, ହୃଷିକେଶ ଘଡାଇ, ନିରାକର ସାହୁ, ପ୍ରିୟନାଥ ନାୟକ, ନଟବର ଯେନା ପ୍ରମୁଖ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ