ନିର୍ଭୟା ମାମଲା : ବିନୟ ଶର୍ମାର ପିଟିସନ୍‌ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିନୟ ଶର୍ମାର ପିଟିସନ୍‌ ଖାରଜ କରିଦିଆଯାଇଛି । ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ପାଇଁ କରାଯାଇଥିବା ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରି ଦେଇଛନ୍ତି । ମାର୍ଚ୍ଚ ୩ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ଜେଲ୍‌ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଥିଲା । ବିନୟ ଶର୍ମା ମାନସିକ ଭାବରେ ଅସୁସ୍ଥ ଏବଂ ତାଙ୍କୁ ଚିକିତ୍ସା ଆବଶ୍ୟକ ବୋଲି ଓକିଲ ଏପି ସିଂ ଆବେଦନ କରିଥିଲେ । ମାତ୍ର ଅଭିଯୁକ୍ତଙ୍କର କୌଣସି ମାନସିକ ରୋଗ ନଥିବା ନେଇ ଇର୍ଫାନ୍‌ ଅହମ୍ମଦ୍‌ ଯୁକ୍ତି କରିଥିଲେ । ଏହାପରେ କୋର୍ଟ ବିନୟ ଶର୍ମାଙ୍କ ଯାଚିକା ଖାରଜ କରି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ