୨୦୧୯ ଶିକ୍ଷା ବର୍ଷରେ ୟୁରୋକିଡ଼ସ୍ ପ୍ରି ସ୍କୁଲ ପୁରସ୍କୃତ: ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ନିମନ୍ତେ ପ୍ରତିଜ୍ଞାବଦ୍ଧ
ଛତ୍ରପୁର : ଗରୀବ ଶ୍ରେଣୀ ପିଲା ମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବ ଛତ୍ରପୁରର ୟୁରୋ କିଡସ୍ ସ୍କୁଲ । ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଛନ୍ତି ଶକ୍ତି ଏଣ୍ଡ ଏଜୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ର ଓ କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ର । ଆଜିର ଆଧୁନିକ ଯୁଗରେ ସମସ୍ତଙ୍କ ପାଇଁ ଶିକ୍ଷା ର ଆବଶ୍ୟକ ରହିଛି । ସଭିଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା ହେବା ଦରକାର ହେଲେ କିଛି ଗରିବ ଶ୍ରେଣୀର ପରିବାରର ପିଲାମାନେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବାରେ ଅର୍ଥ ସେମାନଙ୍କ ପାଇଁ ବାଧକ ସାଜୁଛି ତେଣୁ ସେମାନଙ୍କ ପିଲାମାନେ ଏହି ଶିକ୍ଷା ରୁ ବଂଚିତ ହେଉଛନ୍ତି ।ତେଣୁ କିପରି ଗରିବ ଶ୍ରେଣୀର ପିଲାମାନେ ଏଥିରୁ ବାଦ ପଡିବେ ନାହିଁ ସେଥିପାଇଁ ଛତ୍ରପୁର ୟୁରୋ କିଡସ୍ ସ୍କୁଲ ତରଫରୁ ଏପରି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସ୍କୁଲରେ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ କରାଯାଏ । ଲାଇଫ୍ ସ୍କିଲ୍ , ଡିଜିଟାଲ୍ ଏଜୁକେଶନ ତଥା ସ୍କାଇପି କୋଚିଂ, ବିଭିନ୍ନ ପ୍ରକାର ଲାବୋରୋଟାରୀ ଜିନିଷ, ସ୍ମାର୍ଟ କ୍ଲାସ୍, ମୌଖିକ ଶିକ୍ଷା ଶୈଳୀ, କମ୍ୟୁନିକେସନ୍ ସ୍କିଲ୍, ଗ୍ରୁପ୍ ଡିସକଶନ, ପିକ୍ଟର ଅପ୍ପ୍ରିସିଏସନ୍ ଇତ୍ୟାଦି ଯାହାକି ଶିଶୁର ମାନସିକ ଏବଂ ବୌଧିକ ବିକାଶରେ ସହାୟକ ହେବ । ଏହା ବ୍ୟତିତ କ୍ରୀଡା ଯାହାକି ଶିଶୁର ଶାରିରୀକ ବିକାଶରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ, ତାହାକୁ ୟୁରୋକିଡସ୍ ପାଠ୍ୟକ୍ରମ ଭଳି ସେତିକି ଗୁରୁତ୍ୱ ପ୍ରଦାନ କରେ । ଆଜିର ଶିଶୁ ବା ଛାତ୍ରଛାତ୍ରୀ ତାଙ୍କ ଭବିଷ୍ୟତ ଜୀବନରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସାମନା କରିପାରିବେ ତାହା ୟୁରୋକିଡସ୍ ସେମାନଙ୍କୁ ଆଜି ଠାରୁ ପ୍ରଶିକ୍ଷଣ ଦେବାକୁ ସଦାସର୍ବଦା ଚେଷ୍ଟିତ । ଏହା ଆଗାମୀ ଦିନରେ ଛତ୍ରପୁରବାସୀ ଅନୁଭବ କରିବେ । ଏହି ସବୁ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ୟୁରୋକିଡସ୍ ସଦାସର୍ବଦା ଚେଷ୍ଟିତ । ଏଥି ନିମନ୍ତେ ୟୁରୋକିଡସ୍ ସ୍କୁଲର ବିଗତ ଶିକ୍ଷା ବର୍ଷର ବିଭିନ୍ନ କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମରେ ଅନୁଧ୍ୟାନ କରି ବାଙ୍ଗାଲୋର୍ ଆଧାରି ଇମେଜ୍ ପ୍ଲାନେଟ୍, ଏକ ମାର୍କେଟ୍ ରିସର୍ଚ କମ୍ପାନୀ, ୟୁରୋକିଡସ୍ ବା ଦା ନ୍ୟୁ ଏଜ୍ ୟୁରୋ ସ୍କୁଲକୁ ବେଷ୍ଟ୍ ଏମେରଜିଂ ପ୍ରାଇମେରୀ ସ୍କୁଲ ଇନ୍ ଛତ୍ରପୁର ନାମରେ ପୁରସ୍କୃତ କରିଛନ୍ତି । ଏହି ପୁରସ୍କାର ପ୍ରତିଯୋଗିତାରେ ସ୍କୁଲ ତରଫରୁ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପି.ଅନୀଲ କୁମାର ରେଡ୍ଡି ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଏଣୁ ଛତ୍ରପୁର ଆଖପାଖ ଅଂଚଳର ନିହାତି ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ପାଠ ପଢା ସହ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରିନ୍ସପାଲ୍ ଡ଼ାଏନା ମିଶ୍ର , କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ର, ପରିଚାଳକ ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡି ଏବଂ ସମସ୍ତ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସ୍କୁଲର ବିଭିନ୍ନ କାର୍ଯ୍ୟକାରୀ ସଂପର୍କରେ ଆଲୋକପାତ କରିଥିଲେ ।