ମଦ ଜବତ ଜଣେ ଗିରଫ

ଯୋଡ଼ା (ଯୁଗାଦ୍ଦ) ବାମେବାରୀ ଥାନା ଅନ୍ତର୍ଗତ ଉଁଚ୍ଚବାଲୀ ଗ୍ରାମରେ ଚୋରା ମଦ କାରବାର ଅଭିଯୋଗରେ ଶନିବାର ରାତିରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ମଦ ଜବତ କରିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଉଁଚ୍ଚବାଲୀ ଗ୍ରାମର କୁମ୍ଭକର୍ଣ୍ଣ ନାଏକ ଚୋରା ମଦ ରଖି ବିକ୍ରି କରୁଥିବା ବେଳେ ପୋଲିସ ଶନିବାର ରାତିରେ ଚଢାଉ କରି ତାଠାରୁ ୭ ଟି ବିୟର ଓ ୭ ଟି ନିବ୍ ମଦ ଜବତ କରିବା ସହିତ କୁମ୍ଭକର୍ଣ୍ଣ ନାଏକକୁ ଗିରଫ କରିଛି । ପୋଲିସ ବାମେବାରୀ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ