ଶୁଣିନି ଜଳସେଚନ ବିଭାଗ ୨ବର୍ଷ ହେଲାତେନ୍ତୁଲିପଦି ପୋଲ ଅଧାପନ୍ତରିଆ

ହାଟଡିହି : ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁନି ଜଳସମ୍ପଦ ବିଭାଗ, ତେଣେ ଠିକାଦାର ପୋଲ କାମକୁ ଅଧାପନ୍ତରିଆ ଭାବେ ପକାଇଦେଇ ଛୁ । ଏପରିସ୍ଥଳେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ମେନ କେନାଲର ତେନ୍ତୁଲିପଦି ଗ୍ରାମ ନିକଟରେ । ଏଠାରେ ନିର୍ମାଣଧିନ ପୋଲ ଦୁଇବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଥିବାରୁ ଗ୍ରାମବାସୀମାନେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଆନନ୍ଦପୁର ମେନ କେନାଲର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପୁର୍ବରୁ ତେତନ୍ତୁଲିପଦି ଗ୍ରାମ ନିକଟରେ କୌଣସି ପୋଲ ନଥିବାରୁ ଗ୍ରାମବାସୀମାନେ ପନ୍ଦାଡୋ କେନାଲ ପୋଲ ଦେଇ ବୁଲି ବୁଲି ଆସୁଥିଲେ । କେନାଲ ନିର୍ମାଣ ସମୟରେ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିବାପରେ ଓ ତତକାଳୀନ ବିଧାୟକ ମାୟାଧର ଜେନାଙ୍କ ହସ୍ତକ୍ଷେପ ପରେ ଏଠରେ ଏକ ପୋଲ ନିର୍ମାଣ ପାଇଁ ମଞ୍ଜୁର କରାଯାଇଥିଲା । ସେହିଅନୁସାରେ କେନାଲ କାମ କରୁଥିବା ଠିକାସଂସ୍ଥା ଏମ.ଏସ.ଆଇ.ଏଲ ଏଠାରେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାଶ କରିବା ସହିତ ପୋଲ ଆରମ୍ଭ କରିଥିଲା । ଏମଏସଆଇଏଲ ଠିକାସଂସ୍ଥା ଏହି ପୋଲକୁ ନିଜେ ନକରି ସ୍ଥାନୀୟ ଜଣେ ଠିକାଦାର ମାଧ୍ୟମରେ କାମ ଆରମ୍ଭ କରିବା ସହିତ ପୋଲର ପିଲରଖୁଣ୍ଟି ଗୁଡିକୁ ତୁରନ୍ତ ନିର୍ମାଣ କରିଦେଇଥିଲା । ବର୍ଷେ ମଧ୍ୟରେ କାମ ଶେଷ ହୋଇଯିବାର ଗ୍ରାମବାସୀମାନେ ଆଶା ବାନ୍ଧିଥିବାବେଳେ ଠିକାଦାର ଦୁଇବର୍ଷ ହେଲା କେବଳ ପିଲର ନିର୍ମାଣ କରି କାମ ବନ୍ଦ କରିଦେବାରୁ ତେନ୍ତୁଲିପଦିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାଦିନେ ପାଣି ଭିତରେ ପସି ଯାତାୟତ କରିବା ସହିତ ସାଧାରଣ ଯାତ୍ରୀଟିଏ ଅନେକବାଟ ବୁଲି ଗାଁକୁ ଯାଉଥିବାରୁ ଗ୍ରାମବାସୀଙକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀମାନେ କହିଛନ୍ତି । ଯଦି ବିଭାଗୀୟ ଅଧିକାରୀମାନେ ତୁରନ୍ତ ଏହି ପୋଲ ନିର୍ମାଣ କାର୍ଯ୍ୟକୁ ସମ୍ପୁର୍ଣ୍ଣ ନକରିନ୍ତି ତେବେ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଗ୍ରାମବାସୀମାନେ ଜଳସମ୍ପଦ ସଚିବ, ୫ଟି- ସଚିବ, ମୁଖ୍ୟମନ୍ତ୍ରୀ, ଓ ଜଳସମ୍ପଦ ବିଭାଗର ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ