ଶିବାଳୟରେ ୧୦୮ ଦୁର୍ଦୁରା ଫୁଲ ଗଛ ଚାରା ରୋପଣ ଓ ବଣ୍ଟନ

ଭୁବନେଶ୍ୱର: ଭାରତ ବିକାଶ ପରିଷଦ ଏବଂ ଓସେଡ଼ୋ ଅନୁଷ୍ଠାନର ମିଳିତ ସହଯୋଗରେ ପବିତ୍ର ଜାଗର ଯାତ୍ରା ଏବଂ ଶିବରାତ୍ରୀ ଅବସରରେ ଭୁବନେଶ୍ୱରର ବିଭିନ୍ନ ଶିବାଳୟରେ ଶିବଙ୍କର ଅତି ପ୍ରିୟଫୁଲ ଦୁର୍ଦୁରା ଗଛର ଚାରା ବଣ୍ଟନ କରାଯିବା ସହ ଚାରା ମଧ୍ୟ ରୋପଣ କରାଯାଇଛି । ଶିବମନ୍ଦିରରେ ଶିବଙ୍କର ପ୍ରିୟ ଫୁଲର ଅଭାବ ଦୂର କରିବା ସହ ପରିବେଶ ସନ୍ତୁଳନ ପାଇଁ ଭାରତ ବିକାଶ ପରିଷଦ ଏବଂ ଓସେଡ଼ୋର ଏପରି ଅନନ୍ୟ କାର୍ଯ୍ୟକୁ ବିଭିନ୍ନ ଶିବ ମନ୍ଦିର ତରଫରୁ ସ୍ୱାଗତ କରାଯିବା ସହ ଆନନ୍ଦର ସହ ଚାରା ଗ୍ରହଣ କରିଥିଲେ । ଓସେଡ଼ୋ ଅନୁଷ୍ଠାନର ନିର୍ଦ୍ଦେଶିକା ରିଭା ମହାନ୍ତି ଏବଂ ଭାରତ ବିକାଶ ପରିଷଦର ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ସର୍ବଶ୍ରୀ ଭାସ୍କର ଜେନା, ଜ୍ୟୋତି ପ୍ରସାଦ ମହାନ୍ତି, ଶ୍ରୀମତୀ ରେଖା ମହାପାତ୍ର, ମୃତ୍ୟୁଞ୍ଜୟ ମହାନ୍ତି, ସୁଧୀର କୁମାର ମୁଦୁଲି, କୁମାରୀ ଦିବ୍ୟସ୍ୱରୂପା ମହାନ୍ତି ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଭୁବନେଶ୍ୱରର ବିଭିନ୍ନ ଶିବାଳୟରେ ବୁଲି ବୁଲି ଚାରା ବଣ୍ଟନ କରିବା ସହ କେତେକ ସ୍ଥାନରେ ଚାରା ରୋପଣ କରିଥିଲେ । ଯେଉଁ ମନ୍ଦିରରେ ଦୁଦୁରା ଚାରା ଲଗାଇବାକୁ ଚାହୁଁଛନ୍ତି ସେମାନେ ୯୪୩୭୨୮୭୯୨୨ ମୋବାଇଲ୍‌ରେ ଯୋଗାଯୋଗ କଲେ ଚାରା ଗଛ ଯୋଗାଇ ଦେବାର ବନ୍ଦୋବସ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ