ମୋଦି ମୋର ପ୍ରକୃତ ବନ୍ଧୁ: ଟ୍ରମ୍ପ

ନୂଆଦିଲ୍ଲୀ: ମୋଦି ମାଇଁ ଟ୍ରୁ ଫ୍ରେଣ୍ଡ । ଅର୍ଥାତ ମୋଦି ମୋର ପ୍ରକୃତ ବନ୍ଧୁ । ମୋଟେରାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ନିଜର ଉଦବୋଧନରେ ଟ୍ରମ୍ପ ଏହା କହିଛନ୍ତି । ନମସ୍କାର, ନମସ୍ତେ କହି ଟ୍ରମ୍ପ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ।
ସେ କହିଥିଲେ ଯେ, ଭାରତର ଉନ୍ନତି ପାଇଁ ମୋଦି ଅହରହ କାମ କରି ଚାଲିଛନ୍ତି । ମୋଦି ମାଇଁ ଟ୍ରୁ ଫ୍ରେଣ୍ଡ ବୋଲି ଟ୍ରମ୍ପ କହିଥିଲେ । ଭାରତ ଭଳି ଅତି ସୁନ୍ଦର ଦେଶର ଲୋକଙ୍କୁ ଧନ୍ୟବାଦ । ଏଠି ୧୧୦ ହଜାର ଲୋକଙ୍କ ଉପସ୍ଥିତି ମୋତେ ଅଭିଭୂତ କରିଛି । ଜଣେ ଚା ବିକାଳିରୁ ମୋଦି ଆଜି ଏତେ ବଡ଼ ହୋଇଛନ୍ତି । ମୋଦିଙ୍କୁ ଭାରତରେ ସମସ୍ତେ ଭଲ ପାଉଛନ୍ତି । ସାରା ବିଶ୍ୱରେ ଗଣତନ୍ତ୍ରରେ ଭାରତ ଉଦାହରଣୀୟ ହୋଇଛି । ମୋଦିଙ୍କ ପରିଶ୍ରମ ପାଇଁ ଭାରତ ବହୁତ ଭଲ କରୁଛି । ଭାରତ ପାଇଁ ମୁଁ ଗର୍ବିତ । ଭାରତୀୟ ଅର୍ଥନୀତି ନୂଆ ଶିଖରକୁ ପହଞ୍ଚିବାକୁ ଯାଉଛି । ଭାରତର ୩୨୦ ନିୟୁତ ଲୋକ ଇଣ୍ଟରନେଟ ସହ ଯୋଡ଼ି ହୋଇଛନ୍ତି ବୋଲି ଟ୍ରମ୍ପ କହିଥିଲେ । ସେହିଭଳି ଟ୍ରମ୍ପ କହିଥିଲେ ଯେ, ଭାରତ କେବଳ ବଡ଼ ଗଣତନ୍ତ୍ର ନୁହେଁ । ଭାରତ ଏକ ଶାନ୍ତିପ୍ରିୟ ଦେଶ । ଭାରତ-ଆମେରିକା ମଧ୍ୟରେ ବନ୍ଧୁତ୍ୱ ଅତ୍ୟନ୍ତ ଦୃଢ ହୋଇଛି । ଅନ୍ୟପକ୍ଷରେ ଟ୍ରମ୍ପ ନିଜ ଭାଷଣରେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ନେଇଥିଲେ । ବଲିଉଡକୁ ପ୍ରଶଂସା କରି ଟ୍ରମ୍ପ କହିଥିଲେ ଯେ, ଭାରତୀୟ ବଲିଉଡରେ ବର୍ଷକୁ ୨ଶହ ସିନେମା ନିର୍ମାଣ ହେଉଛି । ଦିଲୱାଲେ ଦୁହ୍ଲନିଆ ଲେଜାଏଙ୍ଗେ ଏକ ଚମକ୍ରାର ସିନେମା । ସଚିନ ତେନ୍ଦୁଲକରଙ୍କ ଭଳି ମହାନ କ୍ରିକେଟର ଭାରତରେ ସୃଷ୍ଟି ବୋଲି ଟ୍ରମ୍ପ କହିଥିଲେ । ହୋଲି ଓ ଦିୱାଲି ଭଳି ପର୍ବ କଥା ବି ଟ୍ରମ୍ପ ଅବତାରଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ