ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
କୁଆଲାଲାମ୍ପୁର : ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଫେବୃୟାରୀ ୨୪ ତାରିଖ ସୋମବାର ଦିନ ମାଲେସିଆ ପ୍ରଧାନମନ୍ତ୍ରୀ ରାଜାଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଦେଶରେ ରାଜନୈତିକ ଅସ୍ଥିରତା କାରଣରୁ ମହାଥିର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ନିର୍ବାଚନକୁ ଦୁଇ ବର୍ଷ ପୂରିବା ପୂର୍ବରୁ ମହାଥିରଙ୍କ ସହଯୋଗୀ ମାନେ ବିରୋଧୀ ଦଳଙ୍କ ସହିତ ହାତ ମିଳାଇଥିଲେ । ମହାଥୀରଙ୍କ ଦଳର କିଛି କ୍ୟାବିନେଟ ସଦସ୍ୟ ଅନଓ୍ବର ଇବ୍ରାହିମ୍ଙ୍କ ସହିତ ହାତ ମିଳାଇଥିବା ବେଳେ ମହାଥିରଙ୍କ ଅନୁଗାମୀ ମାନେ ତାଙ୍କ ସହିତ ଦଳ ପରିତ୍ୟାଗ କରିଛନ୍ତି । ମହାଥିରଙ୍କ ସହିତ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଦଳ ଛାଡିଛନ୍ତି ।