ଶାକାହାରୀଙ୍କ ଲାଗି ଉତ୍ତମ ପ୍ରୋଟିନ ଯୁକ୍ତ ଖାଦ୍ୟ
ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍ଯୁକ୍ତ ଖାଦ୍ୟ ବହୁତ ଆବଶ୍ୟକ। ମାଂସାହାରୀ ଲୋକେ ଚିକେନ୍ ଓ ଅଣ୍ଡା ଭଳି ଖାଦ୍ୟ ଖାଇ ପ୍ରୋଟିନ୍ର ଅଭାବ ଦୂର କରୁଥିବାବେଳେ ଶାକାହାରୀ ଲୋକଙ୍କ ପାଇଁ ପ୍ରୋଟିନ୍ର ବହୁତ କମ୍ ଉତ୍ସ ରହିଛି। ଏଠାରେ ଏପରି କେତେକ ଜିନିଷ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଛି।
ଟୋଫୁ
ଟୋଫୁରେ ପ୍ରୋଟିନ୍ର ଉତ୍ତମ ସ୍ରୋତ ରହିଛି। ଏଥିରେ ଶରୀର ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ଆମିନୋ ଏସିଡ୍ ରହିଛି। ଏହା ଦେଖିବାକୁ ଠିକ୍ ପନୀର ଭଳି ହୋଇଥାଏ। ଟୋଫୁରେ ନ୍ୟାଚୁରାଲ ସ୍ବାଦ ରହିଛି ଓ ଏହା ବହୁତ ନରମ ହୋଇଥାଏ। ଟୋଫୁରେ ଡେଜର୍ଟ ଓ ଶେକ୍ ବହୁତ ଭଲ ହୋଇଥାଏ। ଏହାକୁ ଆପଣ ଫ୍ରାଏ କରି ମଧ୍ୟ ଖାଇପାରିବେ।
ଡାଲି
ଡାଲିରେ ମାତ୍ରାଧିକ ପ୍ରୋଟିନ୍ ରହିଛି। ଏକ କପ୍ ଡାଲିରେ ଆପଣଙ୍କୁ ପାଖାପାଖି ୧୮ ଗ୍ରାମ୍ ପ୍ରୋଟିନ୍ ମିଳିପାରେ। ଡାଲିକୁ ଆପଣ ସୁପ୍ ଭଳି ତିଆରି ମଧ୍ୟ ସେବନ କରିପାରିବେ।
ଡ୍ରାଏ ଫ୍ରୁଟ୍ ଓ ପିନଟ୍ ବଟର
ବାଦାମ, ପିସ୍ତା ଓ କାଜୁରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଛି। ୨ ଚାମଚ ଅର୍ଗାନିକ୍ ପିନଟ୍ ବଟରରେ ୮ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ପିନଟ ବଟରରେ ଆପଣ ସ୍ବାଦିଷ୍ଟ ବ୍ରେକ୍ଫାଷ୍ଟ, ସ୍ନାକ୍ସ ଓ ସ୍ମୁଦି ତିଆରି କରିପାରିବେ।
ପାଳଙ୍ଗ
ପାଳଙ୍ଗକୁ ଆପଣ କଞ୍ଚା ବି ଖାଇପାରିବେ। ଆପଣ ଚାହିଲେ ଏହାକୁ ଆପଣ ସ୍ମୁଦି କିମ୍ବା ସାଲାଡ଼ ଭାବେ ମଧ୍ୟ ଖାଇପାରିବେ। ଅଧ କପ୍ ପାଳଙ୍ଗରେ ୩ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ଖାଦ୍ୟରେ ସବୁଜ ପନିପରିବା ସାମିଲ୍ କରନ୍ତୁ।
ସୋୟା ମିଲ୍କ
ଶାକାହାରୀଙ୍କ ପାଇଁ ସୋୟା ମିଲ୍କ ପ୍ରୋଟିନ୍ର ଉତ୍ତମ ବିକଳ୍ପ ବୋଲି ଗହଣ କରାଯାଏ। ଏହାକୁ ଆପଣ ଅନେକ ପ୍ରକାରର ନିଜ ଡାଏଟ୍ରେ ସାମିଲ୍ କରିପାରିବେ। ଆପଣ ଚାହିଲେ ଏଥିରେ କଫି, ସ୍ମୁଜି, ବେକିଂ କିମ୍ବା ଖାଦ୍ୟରେ ଏହାକୁ ବ୍ୟବହାର କରିପାରିବେ।
ବିନ୍ସ
ବିନ୍ସରେ ପ୍ରଚୁର ମାତ୍ରାରେ ଫାଇବର ଓ ପ୍ରୋଟିନ୍ ରହିଛି। ଏକ କପ୍ ବିନ୍ସରେ ୨୫.୮ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ଏହାକୁ ଆପଣ ତରକାରୀ କିମ୍ବା ସାଲାଡ଼ ଭାବେ ମଧ୍ୟ ବ୍ୟବହାର କରିପାରିବେ।
ଓଟ୍ସ
ପ୍ରୋଟିନ୍ ସହିତ ଓଟ୍ସ ସେବନ କରିବା ଦ୍ବାରା ଓଜନ ମଧ୍ୟ ହ୍ରାସ ହୋଇଥାଏ। କେବଳ ଅଧ କପ୍ ଓଟ୍ସରେ ଆପଣଙ୍କୁ ୬.୭୫ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ଏହା ତିଆରି କରିବା ମଧ୍ୟ ବହୁତ ସହଜ।
କଖାରୁ ମଞ୍ଜି
କଖାରୁ ମଞ୍ଜିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଛି। ଏହାକୁ ମସଲା ସହିତ ଭାଜି ଖାଇପାରିବେ। ଏହାକୁ ତରକାରୀରେ ପକାଇ ମଧ୍ୟ ଖାଇପାରିବେ।
ବ୍ରଡ୍ ବିନ୍
ବ୍ରଡ୍ ବିନ୍ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏକ କପ୍ ବ୍ରୋଡ୍ ବିନ୍ରେ ୧୮.୪୬ ଗ୍ରାମ୍ ପ୍ରୋଟିନ୍ ରହିଛି। ଏହାକୁ ତରକାରୀ କରି କିମ୍ବା ସୁପ୍ ତିଆରି କରି ସେବନ କରିପାରିବେ।
ବ୍ରୋକୋଲି
ଓଜନ ହ୍ରାସ କରିବାରେ ବ୍ରୋକୋଲି ବହୁତ କାମ କରିଥାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଛି। ବ୍ରୋକେଲି ବ୍ୟତୀତ ଫୁଲକୋବିରେ ମଧ୍ୟ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଛି।