ଗଜପତି ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ମୋହନା ବ୍ଲକ କେଶରୀଗୁଡା ଠାରେ ଜିଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲାର ଅତିରିକ୍ତ ଜିଲାପାଳ ଜ୍ଞାନରଂଜନ ଭଂଜଦେଓ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ମୋଟ ୫୯ଗୋଟି ଅଭିଯୋଗ ପତ୍ର ଆଗତ ହୋଇଥିବାବେଳେ ଏଥିରେ ସ୍ୱାସ୍ଥ୍ୟ, ଗମନାଗମନ, ବିଭିନ୍ନ ଭତ୍ତା ଇତ୍ୟାଦି ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ ହୋଇଥିଲା । ଏହି ଅଭିଯୋଗ ଶୁଣାଣୀରେ ଏସ୍‌.ଡି.ପି.ଓ. ଅଶୋକ କୁମାର ମହାନ୍ତି, ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା ପ୍ରମୁଖଙ୍କ ସହ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ