ଗଜପତି ଜିଲ୍ଲା ମୋହନା ର ଚନ୍ଦ୍ରଗିରି ବନାଞ୍ଚଳରେ ଅବାଧରେ ବେଧଡକ ଚାଲିଛି କାଠ ମାଫିଆ ଙ୍କ ରାଜ

ଗଜପତି (ଯୁଗାବ୍ଦ ନ୍ୟୁଜ) ସାରା ବିଶ୍ବରେ ଜଙ୍ଗଲ ଦିନ କୁ ଦିନ ହ୍ରାସ ପାଉଥିବା ଯୋଗୁଁ ବଦଳିବାରେ ଲାଗିଛି ପରିବେଶ ଓ ଯାହାକୁ ନେଇ ସଭିଏଁ ଚିନ୍ତା ଓ ବ୍ୟତିବ୍ୟସ୍ଥ ଓ ଜଙ୍ଗଲର ବୃଦ୍ଦି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଚାରା ରୋପଣ ମଧ୍ୟ କରିଆସୁଛନ୍ତି ଓ ହେଲେ ବାସ୍ତବିକ ସ୍ଥିତି ଓଲଟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଚନ୍ଦ୍ରଗିରି ବନାଞ୍ଚଳରେ … ଏଠି ଜଙ୍ଗଲ ସୁରକ୍ଷା କରିବା ତ ଦୁରର କଥା ବନ ବିଭାଗର ଦାୟିତ୍ବ ହିନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଅବାଧରେ ଶହ ଗଛକୁ କାଟି କରାଯାଉଛି ଜଙ୍ଗଲ ସଫା ଓ ଏ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଚନ୍ଦ୍ରଗିରି ବନାଞ୍ଚଳରେ ଥିବା ରାଣିଖମା ସଂରକ୍ଷିତ ଜଙ୍ଗଲର ବିକଳ ଚିତ୍ର ଓ ଦିନେ ଏହି ଜଙ୍ଗଲ ଅଗନା ଅଗନି ଘଞ୍ଚ ଜଙ୍ଗଲ ରେ ପରିପୁର୍ଣ୍ଣ ହୋଇ ରହିଥିବା ବେଳେ ବନ୍ୟ ଜିବଜନ୍ତୁ ସାଙ୍ଗକୁ ଆଖଆଖ ଅଞ୍ଚଳବାସୀ ଦୈନନ୍ଧିନ ଜୀବନ ଜିବିକା ନିର୍ବାହ ପାଇଁ ଏହି ଜଙ୍ଗଲ ଉପରେ ନିର୍ଭର କରିଆସୁଥିଲେ ଓ ହେଲେ ବିଡମ୍ବନାର ବିଷୟ ଏହି ଜଙ୍ଗଲ ର ରକ୍ଷଣା ବ୍ୟକ୍ଷଣା ଅଭାବ ଯୋଗୁଁ ଏହା କ୍ରମଶଃ ପଦା ହେବାକୁ ବସିଲାଣି ଓ ଏବେ ପଡିଛି କାଠ ମାଫିଆ ଙ୍କ ଲୋଲୁପ ଦୃଷ୍ଟି ଯା ଫଳରେ ନିମିସକେ ପଦାକରି ଚାଲିଛନ୍ତି ସବୁଜ ଭରା ଜଙ୍ଗଲକୁ ଓ ଭଲଭାବେ ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି ଦୃମକାୟ ମୁଲ୍ୟବାନ ଶାଳ ଗଛ ଗୁଡିକୁ ନିର୍ଦୟ ଭାବେ କଟାଯାଇଥିବା ବେଳେ ଏକାଠି ଲୁଚାଇ ରଖିଛନ୍ତି କାଠ ମାଫିଆ ଓ ଉକ୍ତ ଜଙ୍ଗଲ ଚାନ୍ଦିପୁଟ ବନପାଳଙ୍କ କାର‌୍ୟ୍ୟାଳୟ ଠାରୁ ମାତ୍ର ଦେଢ କିଲୋମିଟର ମଧ୍ୟରେ ରହିଥିଲେ ମଧ୍ୟ ବନବିଭାଗ କିଭଳି ଦାୟିତ୍ବ ନିର୍ବାହ କରିଚାଲିଛି ତାହା ଆପଣ ସ୍ବଷ୍ଠ ଭାବେ ଜାଣିପାରୁଥିବେ ଓ ବନ ବିଭାଗ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମରେ ଭିଏସଏସ କମିଟି ଗଠନ କରି ହାତବାନ୍ଧି ଚୁପ ରହିଥିବା ବେଳେ ସକ୍ରୀୟ ଏଠି କାଠ ମାଫିଆ, ଏଭଳି କାଠ ମାଫିଆ ଙ୍କ ରାଜ ଚାଲିଲେ ଜନସମାଜରେ ଅପ୍ରିତିକର ଦିନେ ନା ଦିନ ଭୟାନକ ପରିସ୍ଥିତି ସୃଷ୍ଟିହେବ ବୋଲି କହିଛନ୍ତି ଗ୍ରାମବାସୀ ଓଜଙ୍ଗଲ ର ସୁରକ୍ଷା ପାଇଁ ବନ ବିଭାଗ ତରଫରୁ ଗ୍ରାମ୍ୟ ବନ ସୁରକ୍ଷା ସମିତି ଗଠନ କରାଯାଇଥିବା ବେଳେ ବନ ବିଭାଗ ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ହେତୁ କାଠ ମାଫିଆ ସକ୍ରୀୟ ହେବାରେ ଲାଗିଛନ୍ତି , ଅପରପକ୍ଷେ ଜଙ୍ଗଲରୁ ଗଛ କାଟି ନେଉଥିବା ଲୋକଙ୍କୁ ଧରି ବନବିଭାଗକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ପ୍ରକାଶ କରିଛନ୍ତି ରାଣିଖମା ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଭାପତି ଓ ତେବେ ବନବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ କଡା ପଦକ୍ଷେପ ନେଲେ ଜଙ୍ଗଲ ସୁରକ୍ଷା ହୋଇପାରନ୍ତା ବୋଲି ମତ ପ୍ରକାଶ କରିଛନ୍ତି ଗ୍ରାମ୍ୟମହିଳା ମାନେ ଓ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ