ଗାନ୍ଧି ବନାମ ଗାନ୍ଧି
ଆମର ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସ୍ୱାମୀ ଫିରୋଜ ଗାନ୍ଧିଙ୍କୁ ସମସ୍ତେ ଜାଣନ୍ତି । ଦେଶରେ ଏକ ବିଶ୍ୱାସ ସୃଷ୍ଟି କରାଯାଇଛି ଯେ, ଫିରୋଜ ଗାନ୍ଧିଙ୍କୁ ମହାତ୍ମା ଗାନ୍ଧିୁ ପୋଷ୍ୟ ପୂତ୍ର ରୁପେ ଗ୍ରହଣ କରି ଇଂନ୍ଦିରା ଗାନ୍ଧି ଙ୍କୁ ବିବାହ କରାଇଥିଲେ । ତାହା ପର ଠାରୁ ଗାନ୍ଧି ନାମର ଚମତ୍କାରିତା ମୋହନ ଦାସଙ୍କ ପରିବାରରୁ ଆସି ନେହେରୁ ପରିବାରରେ ପହି ଯାଇଛି ଓ ରାଜନୈତୀକ ସୁବିଧା ପାଇଁ ନେହେରୁ ମାନେ ନିଜକୁ ଗାନ୍ଧି ବୋଲି ଘୋଷଣା କରି ଚାଲିଛନ୍ତି । ଏହାର ମଧ୍ୟରେ ଗାନ୍ଧିଙ୍କର ବାସ୍ତବ ଦାୟଦ ମାନଙ୍କର କଥା ଦେଶ ଭୁଲି ଯାଇଛି ଓ ସେମାନଙ୍କୁ ଜାଣି ଶୁଣି ଇତିହାସର ଆଢୁଆଳରେ ରଖା ଯାଇଛି । ଯେପରି ସେମାନେ ରାଜନିତୀରେ ପାଦ ନଦେଇ ପାରନ୍ତି । ବହୁତ ଡେରିରେ ଗାନ୍ଧି ବଂଶର ଜଣେ ଦାୟଦ ରାଜ ମୋହନ ଗାନ୍ଧି ନିର୍ବାଚନ ରାଜନିତୀରେ ପାଦ ଦେଲେ ମଧ୍ୟ ସମୟ ସେତେ ବେଳକୁ ସେମାନଙ୍କ ପରିବାର ଠାରୁ ଦୁରେଇ ଯାଇଥିଲା ।
ଫିରୋଜ ଜାହାଙ୍ଗିର ଗାନ୍ଧି ୧୨/୦୯/୧୯୧୨ ମସିହାରେ ବମ୍ବେ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଧର୍ମରେ ମୁସଲମାନ ହେଲେ ମଧ୍ୟ ନିଜକୁ ପାର୍ସି ବୋଲି ଘୋଷଣା କରିଥିଲେ । ତାଙ୍କର ପ୍ରକୃତ ନାମ ଥିଲା ଫିରୋଜ ଜାହାଙ୍ଗିର ଘାଣ୍ଡି ଓ ତାଙ୍କର ପିତା ଥିଲେ ଜାହାଙ୍ଗିର ପାରଦୁମ ଓ ମାତା ଥିଲେ ରତି ମାଲ ଘାଣ୍ଡି । ତାଙ୍କର ପିତା ଜଣେ ମେରାଇନ ଇଞ୍ଜିନିୟର ଥିଲେ ଓ ସେମାନଙ୍କ ପୁର୍ବ ପୁରୁଷ ଗୁଜୁରାଟର ବ୍ରୋଚ ଠାରେ ରହୁଥିଲେ । ଫିରୋଜଙ୍କର ପିତା ମରିଯିବାରୁ ସେ ନିଜ ମା ଙ୍କ ସହ ଆହ୍ଲାବାଦ ଆସି ତାଙ୍କର ଜଣେ ମାଉସିଙ୍କ ପାଖରେ ରହିଲେ ଯେ କି ପେଶାରେ ଜଣେ ଡ଼ାକ୍ତର ଥିଲେ ।
ଗାନ୍ଧିଙ୍କ ପ୍ରତି ଆକର୍ଷିତ ହୋଇ ନିଜର ସଜ୍ଞାକୁ ଘାଣ୍ଡିରୁ ବଦଳାଇ ଫିରୋଜ ଗାନ୍ଧି କରିଦେଲେ ଓ ୧୯୩୦ ମସିହାରେ ବାନର ସେନାରେ ଯୋଗ ଦେଇ ସେ ନେହେରୁ ପରିବାରଙ୍କ ସଂପର୍କରେ ଆସିଲେ । ଧର୍ମଘଟ ବେଳେ ଇନ୍ଦିରା ଗାନ୍ଧିଙ୍କ ମା କମଳା ନେହେରୁ ମୁର୍ଚ୍ଛା ହୋଇଯିବାରୁ ଫିରୋଜ ତାଙ୍କୁ ସେବା ଯୋଗାଇ ଥିଲେ ଓ ୧୯୩୦-୩୧ ରେ ଗିରଫ ହୋଇ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସହ ୧୯ ମାସ ଫଇଜା ବାଦ ଜେଲ ରେ ଥିଲୋ
୧୯୩୩ ମସିହାରେ ୧୬ ବର୍ଷିଆ ଇନ୍ଦିରାଙ୍କୁ ସେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ଏହା ତାଙ୍କର ମା ଓ ବାପା ପତ୍ୟାଖାନ କରିଥିଲେ । ପରେ କମଳା ନେହେରୁ ଟି.ବି ରୋଗରେ ଆକ୍ରାନ୍ତ ହୋଇ ବାରମ୍ବାର ଅସୁସ୍ଥ ହେବାରୁ ସେ ୧୯୩୪ ମସିହାରେ କମଳାଙ୍କ ସହ ନୈନୀତାଲ ଯାଇଥିଲେ ଓ ପରେ ତାଙ୍କ ସହ ସ୍ୱୀଜରଲ୍ୟାଣ୍ଡ ଯାଇଥିଲେ । ୨୮/୦୨/୧୯୩୬ ମସିହାରେ କମଳାଙ୍କ ମୃତ୍ୟୁ ସମୟରେ ସେ ତାଙ୍କ ପାଖରେ ଥିଲେ ।
ଇନ୍ଦିରା ଓ ଫିରୋଜ ପରସ୍ପରକୁ ବିବାହ କରିବାକୁ ଚାହିଁଲେ ମଧ୍ୟ ନେହେରୁ ଏହାର ତିବ୍ର ବିରୋଧ କଲେ ଓ ମହାତ୍ମା ଗାନ୍ଧିଙ୍କୁ ଏଥିରେ ହସ୍ତକ୍ଷେପ ପାଇଁ ଅନୁରୋଧ କଲେ । ବିଭିନ୍ନ ପ୍ରେମି ଯୁଗଳକୁ ବିବାହ କରାଇଦେବାରେ ମହାତ୍ମା ଗାନ୍ଧି ବେଶ ଆନନ୍ଦ ପାଉଥିଲେ । ସୁଚେତା କୃପାଳିନି, ସରୋଜିନି ନାଇଡୁ, ମାଳତି ଚୈାଧୁରୀ ତାଙ୍କ ସମର୍ଥନରେ ସେମାନଙ୍କ ପ୍ରେମିକାଙ୍କୁ ବିବାହ କରିଥିଲେ ଏବଂ ଗାନ୍ଧିଙ୍କ ଆର୍ଶିବାଦରେ ୨୬/୦୩/୧୯୪୨ ରେ ଫିରୋଜ ଗାନ୍ଧି ଓ ଇନ୍ଦିରାଙ୍କ ବିବାହ ହିନ୍ଦୁ ରିତିରେ ହେଲା । ଇନ୍ଦିରା ନେହେରୁ ଇନ୍ଦିରା ଗାନ୍ଧି ହୋଇଗଲେ ।
ଇନ୍ଦିରା ଗାନ୍ଧିଙ୍କ ସହ ଫିରୋଜ ଗାନ୍ଧି ୧୯୪୨ ମସିହାରେ ବିବାହର ମାତ୍ର ୬ ମାସ ପରେ ଜେଲ ଯାଇଥିଲେ ଓ ଜେଲ ରୁ ଆସି ସେମାନେ ଆହ୍ଲାବାଦରେ ବେଶ କିଛି ଦିନ ଖୁସିରେ ସଂସାର କରିଥିଲେ । ୧୯୪୪ ମସିହାରେ ରାଜବ ଗାନ୍ଧି ଓ ୧୯୪୬ ମସିହାରେ ସଞ୍ଜୟ ଗାନ୍ଧି ଜନ୍ମ ନେଲେ । ନେସନାଲ ହେରାଲ୍ଡ ପତ୍ରୀକା ଓ ନବଜୀବନ ପତ୍ରୀକାର ସଂପାଦନା କାର୍ଯ୍ୟ କରି ଫିରୋଜ ଗାନ୍ଧି ଜଣେ ବିଖ୍ୟାତ ସାମ୍ବାଦିକ ରୁପେ ପ୍ରତିଷ୍ଠା ଅର୍ଜନ କଲେ । ୧୯୫୦ ରୁ ୧୯୫୨, ୧୯୫୨ ରୁ ୧୯୫୭ ଓ ୧୯୫୭ ରୁ ୧୯୬୦ ପର୍ଯ୍ୟନ୍ତ ଫିରୋଜ ଗାନ୍ଧି ପ୍ରତାପ ଗଡ ଓ ପରେ ରାଇ ବେରେଲିରୁ ଲୋକସଭା କୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ଶିଳ୍ପ ପତି ମାନେ କଂଗ୍ରେସ ସରକାରକୁ ହାତ କରି ଦେଶକୁ ଲୁଣ୍ଠନ କରିବାର ସେ ଦେଖି ମର୍ମାହତ ହୋଇ ସରକାରଙ୍କ ବିରୁଦ୍ଧରେ ସ୍ୱର ଉେ³ାଳନ କଲେ । ଶିଳ୍ପପତି ଆରକେ ଡାଲମିଆ ଏକ ବ୍ୟାଙ୍କର ଚେୟାମ ମ୍ୟାନ ଥାଇ ନିଜ ଦ୍ୱାରା ଅଧିକୃତ ବେନେଟ କୋଲବ୍ୟାନ କମ୍ପାନିକୁ ଅନୁକମ୍ପା ଦେଖାଇଥିଲେ । ହରି ହର ମୁଦ୍ରା ପ୍ରଭାବ ବିସ୍ତାର କରି ଏଲ.ଆଇ.ସି କମ୍ପାନିକୁ ଠକିଥିଲେ । ଏହି ସବୁ ପ୍ରଶ୍ନ ପାର୍ଲାମେ•ରେ ଉଠାଇ ନେହେରୁଙ୍କୁ ତିବ୍ର ସମାଲୋଚନା କରିଥିଲେ । ନେହେରୁ ବାଧ୍ୟ ହୋଇ ଅର୍ଥ ମନ୍ତ୍ରୀ ଟି.ଟି କ୍ରିଷ୍ଣ ଆଚାରିଙ୍କୁ ଇସ୍ତଫା ଦେବାକୁ କହିଥିଲେ । ଏହାକୁ ନେଇ ଇନ୍ଦିରା ଓ ଫିରୋଜଙ୍କ ମଧ୍ୟରେ ମତାନ୍ତର ହେଲା । ଏହ୍ଲାବାଦ ଛାଡି ଇନ୍ଦିରା ବାପାଙ୍କ ପାଖକୁ ଚାଲିଗଲେ ଓ ତିବ୍ର ମାନସିକ ଅଶାନ୍ତିରେ ୧୯୫୮ ମସିହାରେ ଫିରୋଜଙ୍କର ହୃଦ୍ ଘାତ ହେଲା । ସେତେବେଳକୁ ଇନ୍ଦିରା ଗାନ୍ଧି ଭୁଟାନରେ ଥାନ୍ତି । ସେ ଫେରି ଆସି ଫିରୋଜଙ୍କୁ କାଶ୍ମିରକୁ ନେଇଗଲେ । ମାତ୍ର ୦୮/୦୯/୧୯୬୦ ରେ ମାତ୍ର ୪୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଲା ଓ ସେହି ଦିନ ଠାରୁ ଗାନ୍ଧି ସଜ୍ଞାଟି ନେହେରୁ ପରିବାରର ସମ୍ପ³ି ହେଇଗଲା ଓ ଏହା ବଳରେ ଇନ୍ଦିରା ଗାନ୍ଧି, ରାଜିବ ଗାନ୍ଧି, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମେନକା ଗାନ୍ଧି, ବରୁଣ ଗାନ୍ଧି, ପ୍ରୀୟଙ୍କା ଗାନ୍ଧି ଏହି ନାମର ବେଶ ଫାଇଦା ଉଠାଉଛନ୍ତି ।
କଂଗ୍ରେସ ଦଳ କ୍ଷମତାକୁ ଆସିଲା ପରେ ପଣ୍ଡତ ନେହେରୁ ତାଙ୍କର ଅନେକ ସଂପର୍କିୟ ମାନଙ୍କୁ ରାଜନିତୀରେ ଥଇଥାନ କରିଥିଲେ । ସେମାନେ ହେଲେ ବିଜୟ ଲକ୍ଷ୍ମୀ ପଣ୍ଡିତ, ବି.କେ ନେହେରୁ, ଅରୁଣ ନେହେରୁ, ଶିଲା କାଉଲ, ବି.କେ କାଉଲ ଓ ଆହୁରି ଅନେକ । ମାତ୍ର ଗାନ୍ଧିଙ୍କର କୈାଣସି ପୂତ୍ରକୁ ରାଜନିତୀକୁ ଆସିବାକୁ ଦିଆ ଯାଇନଥିଲା । ଏପରିକି ଗାନ୍ଧି ଙ୍କ ଜ୍ୟେଷ୍ଠ ପୁତ୍ର ହରିଲାଲ ଜଣେ ଅଜଣା ଭିକାରି ରୁପେ ବମ୍ବେ ଠାରେ ମରିଥିଲେ ମଧ୍ୟ ତାଙ୍କ ପ୍ରତି ସରକାର ଖୋଜ ଖବର ନେଇ ନଥିଲା ।
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଓଡ଼ିଶା ନ୍ୟୁଜ୍ ସର୍ଭିସ୍, ଉମରକୋଟ,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬