ଗୟାଗଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ
ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମର ମୂଖ୍ୟ ରାସ୍ତାରେ ଥିବା ତିନୋଟି ତିନି ବଖରା ସମ୍ପୂର୍ଣ୍ଣ ରୂପେ ଜଳିପୋଡି ପାଉଁଶ ହୋଇଯାଇଛି, ଗତକାଲି ରାତି ପ୍ରାୟ ୯.୩୦ ବେଳେ ଘରେ କେହି ନଥିବା ସମୟ ରେ ରଂଜନ ବେହେରା, ଅମ୍ବି ବେହେରା ଓ ଦ୍ରୌପଦୀ ବେହେରା ଙ୍କର ଚାଳଛପର ଘରେ ନିଆଁ ଲାଗି ଘରେ ଥିବା ଟଙ୍କା, ଚାଉଳ, ଲୁଗାପଟା ସହିତ ସମସ୍ତ ସାମଗ୍ରୀ ଜଳି ପୋଡି ଧ୍ବଂସ ହୋଇଯାଇଛି ସେମାନେ ସରକାରଙ୍କ ଠାରୁ କିଛି ସାହାଯ୍ୟ ପାଇବା ନିମନ୍ତେ ଚାହିଁ ବସିଛନ୍ତି, ଏହି ଘଟଣା କିପରି ଘଟିଲା ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଓ ପ୍ରଶାସନ ତଦନ୍ତ କରୁଛନ୍ତି ।