ଶାନ୍ତି ୟୁଥ୍ ଆସୋସିଏସନର ସମ୍ବର୍ଦ୍ଧନା ସମାରୋହ
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତସ୍ଥିତ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ବନ୍ତ ଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ଚଣ୍ଡଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମୂରଲୀଧର ସୁତାର, ମୁଖ୍ୟ ବକ୍ତା ଭାବେ ଆଇନଜୀବି ପରମେଶ୍ୱର ବାରିକ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ କୃପାସିନ୍ଧୁ ସେଠୀ, ସଞ୍ଜୟ କୁମାର ମଜୁମଦାର, ଶିକ୍ଷକ ରମାକାନ୍ତ ଜେନା, ଉଦୟନାଥ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବନ୍ତ ମାଟିର ଯୁବ ଧାବକ ସୌରଭ ସେଠୀ, ପୁରୀ ଜିଲାରେ କାର୍ଯ୍ୟରତ ସାମ୍ବାଦିକ ସଞ୍ଜୟ ମହାପାତ୍ର, ସମୁଦ୍ର ବୁଡାଳୀ ଫାଲ୍ଗୁନି ରାଉତଙ୍କୁ ଆସୋସିଏସନ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତି ରଞ୍ଜନ ନାୟକ, କାହ୍ନା ନାୟକ, ଚନ୍ଦନ ମହାନ୍ତି, ସୁଶୀଲ ଦାଶ, ପ୍ରକାଶ ଜେନା, ସୌରଭ ପରିଡା, ଦୀପା ଗୋସ୍ୱାମୀ, ବାବୁଲା ସାହୁ, କ୍ଷୀରୋଦ ନାୟକ, ସଂଗ୍ରାମ ଜେନା, ପ୍ରଭଞ୍ଜନ ଭାଟ୍ଟରାୟ ପ୍ରମୁଖ ସହଯୋଗ କରିଥିଲେ ।


