ଦିବ୍ୟ ଜୀବନ ସଂଘ ଦ୍ୱାରା ମହାଶିବରାତ୍ରୀ ଜାଗର ପାଳିତ

ବ୍ରହ୍ମପୁର : ସୋମବାର ମହା ଶିିବରାତ୍ରୀ ଉପଲକ୍ଷେ ସିଦ୍ଧାର୍ଥ ନଗରସ୍ଥିତ ଦିବ୍ୟ ଜୀବନ ସଂଘ ଶାଖାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସଭାପତି ପ୍ରକାଶ ଚନ୍ଦ୍ର ରଥ, ସମ୍ପାଦକ କପିଳେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବିତ୍ର ମହାଶିବରାତ୍ରୀ ଜାଗର ପାଳିତ ହେବା ସହ ପ୍ରାତଃ ଜୟଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ, ଗୁରୁପାଦ ପୂଜା, ୨୪ ଘଣ୍ଟା “ଓଁ ନମଃ ଶିବାୟ” ମନ୍ତ୍ର ଉଚ୍ଚାରଣ ସହ ୧୧ ଘଣ୍ଟାରୁ ୧୨ ଘଣ୍ଟା ସମୟ ମଧ୍ୟରେ ଲକ୍ଷ୍ୟାର୍ଚ୍ଚନା ପାଳନ କରାଯାଇଥିଲା । ମୁନି ଋଷି ପରମ୍ପରାକୁ ବଜାୟ ରଖିବା ସହ ଭାରତୀୟ ସଂସ୍କୃତି ତଥା ସତ୍ୟ ସନାତନ ଧର୍ମକୁ ସଦ୍ଗୁରୁ ଭଗବାନ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ହୃଷିକେଶ ମୁଖ୍ୟାଳୟ ଠାରେ ଆରମ୍ଭ କରିଥିଲେ । ଏଥି ସହ ସନ୍ନ୍ୟାସୀ ଦୀକ୍ଷା ମଧ୍ୟ ଶିବରାତ୍ରୀ ସମୟରେ ଦିଆଯାଏ । ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ୪ର୍ଥ ବର୍ଷ ସନ୍ନ୍ୟାସୀ ଦୀକ୍ଷା ଦିବସ । କାର୍ଯ୍ୟକ୍ରମରେ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଉପସ୍ଥିତ ରହି ସ୍ୱାମୀ ଶିବାନନ୍ଦ ବାଣୀ ଓ ସ୍ୱାମୀ ଚିଦାନନ୍ଦ ବାଣୀର ସାରମର୍ମ ବୁଝାଇଥିଲେ । ଶିବରାତ୍ରୀର ଉଦ୍ଦେଶ୍ୟ ଓ ଜୀବନ ଉପରେ ପ୍ରଭାବ ପଡ଼ିବା ବିଷୟରେ ବୁଝାଇଥିଲେ । ଶିବଙ୍କୁ ଆଶୁତୋଷ କୁହାଯାଇଥାଏ । ଶିବ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି । ଶିବଙ୍କର “ଓଁ ନମଃ ଶିବାୟ” ପଞ୍ଚାକ୍ଷର ମନ୍ତ୍ରକୁ ଜପ କରିବା ଦ୍ୱାରା ସମାଜରେ ତାହାର ବିଶେଷ ପ୍ରଭାବ ପଡ଼ିଥାଏ । ତେଣୁ ଏଠାରେ ଆଜି ଦିବା ରାତ୍ର ଏହି ମନ୍ତ୍ର ଜପ କରାଯିବାର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ଉପେନ୍ଦ୍ର କୁମାର ପାଣିଗ୍ରାହୀ, ଉପସଭାପତି ଉମା ଚରଣ ମହାନ୍ତି, ସହ ସମ୍ପାଦକ ହୃଷିକେଶ ପାଢ଼ୀ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଓଁକାର, ପି.ନନ୍ଦିନୀ, ପି. ରାମବାବୁ, ଯମୁନାଦେବୀ, ପ୍ରଦ୍ୟୁମ୍ନ ପାତ୍ର, ଶିବଶଙ୍କର ପାଣିଗ୍ରାହୀ, ସତ୍ୟ ନାରାୟଣ ନନ୍ଦ, କୃଷ୍ଣ ଚନ୍ଦ୍ର ପଣ୍ଡା, ଜୟନ୍ତୀ ପଣ୍ଡା, ୟୁ.ଶିବ ଶଙ୍କର ପାତ୍ର, ଭାସ୍କର ବେହେରା, ବଳରାମ ପଣ୍ଡା,କୁଞ୍ଜ ବିହାରୀ ପାଢ଼ୀ, ବିଭୂତି ଭୂଷଣ ପଣ୍ଡା, ଜନାର୍ଦ୍ଦମ ମହାନ୍ତି, ଦୁର୍ଗା ଚରଣ ନାୟକ, ପୁରୋହିତ ଦଣ୍ଡପାଣି ମିଶ୍ର ଓ କବିସୂର୍ଯ୍ୟ ଦତ୍ତଙ୍କ ସମେତ ପ୍ରାୟ ୧୫୦ରୁ ଉଦ୍ଧ୍ୱର୍ ଗୁରୁ ଭାଇ ଓ ଗୁରୁ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ କରିଥିଲେ । ଶେଷରେ ସଭାପତି ପ୍ରକାଶ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ