୩୫ ଓ ୩୭ନଂ. ପାଣି ପଞ୍ଚାୟତ ନିର୍ବାଚନରେ ସୋଠ କମିଟି ଗଠିତ

ବନ୍ତ (ଯୁଗାଦ୍ଧ ନ୍ୟୁଜ୍‌) : ବୁଧବାର ବୈତରଣୀ ଡିଭିଜନ ଶାଳନିଆଁ ଉପଖଣ୍ଡ ଅଧିନ ବିଦ୍ୟାଧରପୁର ଦକ୍ଷିଣ ପାଶ୍ୱର୍ କେନାଲର ୩୫ନଂ ପାଣି ପଞ୍ଚାୟତର ସୋଠ କମିଟି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ସୋଠ କମିଟିର ୧୫ ଜଣ ସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇ କାର୍ଯ୍ୟ ନିର୍ବାହୀ କମିଟିକୁ ମନୋନୀତ ହୋଇଥିଲେ । ଉକ୍ତ ପାଣି ପଞ୍ଚାୟତର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ନିର୍ବାଚନ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ । ସେହିପରି ୩୭ନଂ. ପାଣି ପଞ୍ଚାୟତ ସୋଠ କମିଟିିର ୨୯ ଜଣ ସଭ୍ୟଙ୍କ ମଧ୍ୟରୁ ୨୮ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୨୬ ଜଣ କାର୍ଯ୍ୟ ନିର୍ବାହୀ କମିଟିକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ୧୦ ଓ ୧୧ନଂ.ସୋଠ କମିଟିର ନିର୍ବାଚନ ଆସନ୍ତା ୨୮ ତାରିଖରେ ଗୁଳା ମାଧ୍ୟମରେ ଅନୁଷ୍ଠିତ ହୋଇ କାର୍ଯ୍ୟ ନିର୍ବାହୀ କମିଟିକୁ ମନୋନୀତ ହେବେ । ମାର୍ଚ୍ଚ ୮ରେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି । ନିର୍ବାଚନ ପରିଚାଳନାରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ ଥିବା ବେଳେ କର୍ମଚାରୀ ପ୍ରଶାନ୍ତ କୁମାର ରାଉତ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ