ବନ୍ଦ ହୋଇପାରେ ଆପଣଙ୍କ ଏସ୍ବିଆଇ ଆକାଉଣ୍ଟ୍ !
ଭୁବନେଶ୍ବର : କେଓ୍ଵାଇସି ଭରି ନ ଥିଲେ ମାର୍ଚ୍ଚ ୧ରେ ବନ୍ଦ ହୋଇଯିବ ଜଣଙ୍କ ଏସ୍ବିଆଇ ଆକାଉଣ୍ଟ୍। ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଛି ତେବେ ସାବଧାନ ହୋଇଯାଆନ୍ତୁ। ଆସନ୍ତା ୧ରୁ ଏସ୍ବିଆଇ ନିୟମରେ କେତେକ ବଡ଼ ପରିବର୍ତ୍ତନ ହେବ। ଏହି ନିୟମାନୁସାରେ ଆପଣଙ୍କ ବ୍ୟାଙ୍କିଙ୍ଗ କାମରେ କେତେକ ପରିବର୍ତ୍ତନ ହେବ। ଏସବୁ ଜିନିଷକୁ ଗୁରୁତ୍ୱ ନ ଦେଲେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ ବୋଲି ସୂଚନା ଦେଇଛି ଏସ୍ବିଆଇ।
ଏସ୍ବିଆଇ ଅଧିକାରୀଙ୍କ ସୂଚନାନୁସାରେ ଦେଶର ସମସ୍ତ ଏସ୍ବିଆଇ ଖାତାଧାରୀଙ୍କୁ ଫେବ୍ରୁଆରୀ ୨୮ ସୁଦ୍ଧା କେଓ୍ଵାଇସି ଭରି ନେବା ଜରୁରୀ। ଏ ନେଇ ଗ୍ରାହକଙ୍କ ମୋବାଇଲକୁ ଏସ୍ଏମ୍ଏସ୍ ମାଧ୍ୟମରେ ମେସେଜ୍ ପଠାଇ ଦିଆଯିବ। ଏହା ବ୍ୟତୀତ ଗ୍ରାହକ ଚାହିଁଲେ ସିଧାସଳଖ ଏସ୍ବିଆଇ ବ୍ରାଞ୍ଚ୍ ସହ ଯୋଗାଯୋଗ କରି ନିଜ କେଓ୍ଵାଇସି ଭରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ନିଜ ପରିଚୟ ପତ୍ର ବ୍ୟାଙ୍କରେ ଜମା କରିବାକୁ ପଡ଼ିବ। ବ୍ୟାଙ୍କରେ କେଓ୍ଵାଇସି ପାଇଁ ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ, ରାସନ କାର୍ଡ, ବିଜୁଳି ବିଲ୍ ସମେତ ମୋଟ ୧୨ଟି ଦସ୍ତାବିଜ୍ ଦାଖଲ କରିବାକୁ ପଡ଼ିବ।


