ବେଆଇନ କାର୍ଜ୍ୟ କଲେ କର୍ମଚାରୀଙ୍କ ବିରୁଦ୍ଧରେ ଏତାଲା

ଛତ୍ରପୁର : ବେନିୟମ କାର୍ଯ୍ୟ ଓ ଅନିୟମିତତା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପାଂଚ ଜଣ କର୍ମଚାରୀ ଓ ଦୁଇ ଜଣ ସରପଂଚ ଙ୍କ ବିରୁଦ୍ଧରେ ଏତାଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଗପହଣ୍ଡି ବ୍ଲକର ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ମିଥୁନ୍ କୁମାର ପ୍ରଧାନ ଓ ଟୁନା ସାହୁ ଦୀର୍ଘ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୁଦ୍ଧରେ ଏତାଲା ଦାୟର କରିବା ପାଇଁ ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟୁନା ସାହୁ କାର୍ଯ୍ୟରୁ ନିଲମ୍ବନ ହୋଇଥିଲେ ଏବଂ ତାଙ୍କର ମୁଖ୍ୟାଳୟ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ଦ୍ଧାରିତ ହୋଇଥିଲା । ସେଠାରେ ମଧ୍ୟ ସେ ଉପସ୍ଥାନ ସୁନିଶ୍ଚିତ କରିନାହାନ୍ତି । ଖଲିକୋଟ ବ୍ଲକର ପୂର୍ବତନ ଗ୍ରାମ ପଂଚାୟତ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଏବଂ ବିକ୍ରମପୁ ଗ୍ରାମ ପଂଚାୟତର ସରପଂଚ ମମତା ପ୍ରଧାନ କମ୍ୟୁଟର କିଣାର ମିଥ୍ୟା ରସିଦ୍ ଦେଇ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ତୋଷରପାତ ଅଭିଯୋଗରେ ଏମାନଙ୍କ ବିରୁଦ୍ଧରେ ଏତାଲା ଦାୟର ପାଇଁ ଖଲିକୋଟ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କବିସୂର୍ଯ୍ୟନଗର ବ୍ଲକର ପୂର୍ବତନ ଗ୍ରାମ ପଂଚାୟତ ଅଧିକାରୀ ନୀଳକଣ୍ଠ ସ୍ୱାଇଁ ଓ ବଡମହୁରୀ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଟି.ଭାରତୀ ପ୍ରଧାନ ଟ୍ରଲି ଓ ଡଷ୍ଟବିନ୍ ବାବଦରେ ମିଥ୍ୟା ରସିଦ ଦେଇ ୪ଲକ୍ଷରୁ ଉର୍ଦ୍ଧ୍ୱ ଅର୍ଥ ତୋଷରପାତ କରିଥିବାରୁ ତାଙ୍କ ବିରୁଦ୍ଧରେ ଏତାଲା ପାଇଁ ସଂପୃକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବେଲଗୁଣ୍ଠା ବ୍ଲକ ଖଇରପୁଟି ଗ୍ରାମ ପଂଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ହାଡୁ ନାୟକ ଦୀର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ଏହାଙ୍କ ବିରୁଦ୍ଧରେ ଏତାଲା ପାଇଁ ବେଲଗୁଣ୍ଠା ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଏତାଲା ଦାୟର କରି ଏହାର ନକଲ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପ୍ରଦାନ କରିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ