ଛାତ୍ରୀଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର

ବୁଗୁଡା( ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଗୌଡିଆବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଦିନଠାରୁ ଆଠ ଦିନିଆ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଛି। ପ୍ରାଥମିକ ବିଭାଗର ଷଷ୍ଠ , ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀମାନଙ୍କ ଏହି ତାଲିମ ଶିବିରକୁ ଏସଏମସି ସଭାପତି ଦୁର୍ଯ୍ୟୋଧନ ପାତ୍ର ଉଦଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଭ୍ରମର ନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥି ଭାବେ ସିଆରସିସି ମାନସ ରଞ୍ଜନ ସେଠୀ ଯୋଗଦେଇଥିଲେ। ତାଲିମଦାତା ଭାବେ ବୈଜୟନ୍ତୀମାଳା ପ୍ରଧାନ ଓ ମାନସୀ କୁମାରୀ ଦାସ ଯୋଗଦେଇ ଆଠ ଦିନ ମଧ୍ୟରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ବିଷୟରେ ତାଲିମ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ଅତିଥି ବୃନ୍ଦ ପ୍ରଶଂସା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ