ବୁଗୁଡା ବ୍ଲକ ସ୍ତରୀୟ ଜନଶୁଣାଣି
ବୁଗୁଡା (ଅନିଲ କୁମାର ମହାରଣା) ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଓ ସାମାଜିକ ସହାୟତା କାର୍ଯ୍ୟକ୍ରମ ସମ୍ପର୍କରେ ବୁଗୁଡା ବ୍ଲକ ସ୍ତରୀୟ ଜନଶୁଣାଣି ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ,ଜିଲ୍ଲା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ କୁମାର ସାହୁ,ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା ଏବଂ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ ଲୋକ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ। ଆଲୋଚନାରୁ ଜଣାପଡ଼ିଲାଯେ ବୁଗୁଡା ବ୍ଲକ ପାଇଁ ଅନୁମୋଦିତ ୫୬୧୨ ପ୍ରକଳ୍ପ ମଧ୍ୟରୁ ୧୧୨୧ ଗୋଟି ପ୍ରକଳ୍ପ କାର୍ଯ୍ୟ କରିବାକୁ ଠିକ୍ କରାଯାଇଥିଲା।ଏଥି ମଧ୍ୟରୁ ୨୨୫ ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି। ଅର୍ଥାତ ହାତକୁ ନିଆଯାଇଥିବା ପ୍ରକଳ୍ପ ମଧ୍ୟରୁ ୨୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି।ଏହିକାର୍ଯ୍ୟ ବାବଦକୁ ୭ କୋଟ ୨୪ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି।କାର୍ଯ୍ୟ କରିବା ପାଇଁ ୨୪୦୮୪ ପରିବାର ପଞ୍ଜିକୃତ କରିଥିବା ବେଳେ ୮୧୫୧ ପରିବାର କାମ କରିବାକୁ ଆବେଦନ କରିଥିଲେ।ଏମାନଙ୍କ ମଧ୍ୟରୁ ୬୧୧ ପରିବାରକୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି।ଅର୍ଥାତ କାମପାଇଁ ଆବେଦନ କରିଥିବା ପରିବାର ମଧ୍ୟରୁ ସାଢେ ୭ ପ୍ରତିଶତ ପରିବାରକୁ ୧୦୦ ଦିନର କାମ ଯୋଗଇ ଦିଆଯାଇଛି। ମୋଟ ୩୩୨୯୫୮ କାର୍ଯ୍ୟ ଦିବସ ସୃଷ୍ଟି ହୋଇପାରିଛି।