ଗଜପତିର ପାରଳାରେ ବିଦେଶୀ ପର୍ଯ୍ୟଟକ ।

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗଜପତି ଜିଲାର ପର୍ଯ୍ୟଟନ କେନ୍ଦ୍ର ଗୁଡିକ ପ୍ରତି ବିଦେଶୀ ପର୍ଯ୍ୟଟକମାନେ ବେଶ ଆକୃଷ୍ଟ ହୋଇଛନ୍ତି । ଏହି ପର୍ଯ୍ୟଟନ କେନ୍ଦ୍ର ଗୁଡିକର ମନୋରୋମ ଦୃଶ୍ୟ ଓ ପ୍ରାକୃତିକ ପରିବେଶର ବେଶ ମଜା ଏମାନେ ଉଠାଉଥିବା ଦେଖାଯାଇଛି । ଗଜପତି ଜିଲ୍ଲାର ମହେନ୍ଦ୍ରଗିରି,ଚନ୍ଦ୍ରଗିରିର ବନପାହାଡ ଓ ପ୍ରାକୃତିକ ପରିବେଶ ଏବଂ ଚନ୍ଦ୍ରଗିରିର ବୁଦ୍ଧ ମନ୍ଦିର ସହ ଗଣ୍ଡାହାତୀ,ଖସଡା ଆଦି ଜଳପ୍ରପାତ ଓ ଗଜପତି ଜିଲ୍ଲାର ଆଦିବାସୀଙ୍କ ବସ୍ତୀ ଜୀବନଶୈଳୀ ଏମାନଙ୍କୁ ବେଶ ଆକୃଷ୍ଟ କରୁଥିବାରୁ ବର୍ଷର ବିଭିନ୍ନ ସମୟରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଦେଖିବାକୁ ମିଳିଥାଏ । ଗତକାଲି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ କିଛି ବିଦେଶୀ ପର୍ଯ୍ୟଟକଙ୍କୁ ବୁଲୁଥିବାର ଦେଖିବାକୁ ମିଳିଛି । ସେହି ପର୍ଯ୍ୟଟକମାନେ ସୁଦୁର ଜିମ୍ବାୱେରୁ ଆସିଛନ୍ତି । ସେମାନେ ହେଲେ ଲିଙ୍କନ ମାଜୋନେ, ସାର ଆଞ୍ଜେଲ ଓ ଚେଲ ମୟୋ । ଏମାନେ ପାରଳାଖେମୁଣ୍ଡି ସହରର ରାଜପ୍ରାସାଦର ନିର୍ମାଣ ଶୈଳୀକୁ ଦେଖୁଥିବା ଦେଖାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ