ଗଳା ଯନ୍ତ୍ରଣାରୁ ମୁକ୍ତି ପାଇଁ କ’ଣ କରିବେ ସେବନ?
ସିଜିନ୍ ବଦଳିବା ସହିତ ଲୋକେ ଥଣ୍ଡା କାଶର ଶିକାର ହୋଇଥାନ୍ତି। କେତେକ ଲୋକଙ୍କ କାଶ ୫ରୁ ୧୦ ଦିନ ଭିତରେ ଭଲ ହୋଇଯାଉଥିବାବେଳେ କେତେକ ଲୋକଙ୍କ କାଶ ଦୀର୍ଘ ଦିନ ଯାଏ ଲାଗି ରହିଥାଏ। କାଶି କାଶି ଅନେକ ଲୋକଙ୍କ ଗଳାରେ ଯନ୍ତ୍ରଣା ହେବାରେ ମଧ୍ୟ ଲାଗିଥାଏ। ଯାହାଫଳରେ କିଛି ବି ଖାଇବାରେ ସମସ୍ୟା ହୋଇଥାଏ। ଡାକ୍ତରଙ୍କ ଚିକିତ୍ସା ସହିତ ଆପଣ କେତେକ ଘରୋଇ ଉପଚାର କରିବା ଉଚିତ। ଯାହାଫଳରେ ଆପଣ କାଶ ସମସ୍ୟାରୁ ଶୀଘ୍ର ଠିକ୍ ହୋଇପାରିବେ। ଚାଲନ୍ତୁ ଜାଣିବା ଏହି ସମୟରେ କ’ଣ ଖାଇବା ଉଚିତ, କ’ଣ ଖାଇବା ଉଚିତ ନୁହେଁ।
କଦଳୀ : ଥଣ୍ଡା କାଶ ସମୟରେ ଆପଣଙ୍କ ରୋଗପ୍ରତିରାଧକ ଶକ୍ତି ଦୁର୍ବଳ ହୋଇଯାଏ। ଏହାଫଳରେ ଆପଣଙ୍କ ଶରୀରକୁ ଶକ୍ତିର ଆବଶ୍ୟକତା ରହିଛି। କଦଳୀ ଆପଣଙ୍କ ଶରୀରକୁ ଶକ୍ତ କରିବା ସହିତ କାଶରୁ ମୁକ୍ତି ଦେବାରେ ସାହାଯ୍ୟ କରେ। ଅଧିକାଂଶ ଲୋକେ କାଶ ସମୟରେ କଦଳୀ ଖାଇବାକୁ ମନା କରନ୍ତି। କିନ୍ତୁ କେତେକ କ୍ଷେତ୍ରରେ କଦଳୀ ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ।
ଭିଟାମିନ୍ ସି : ଗଳା ଖରାପ ସମୟରେ ଭିଟାମିନ୍ ସି’ ଯୁକ୍ତ ଖାଦ୍ୟ ପଦାର୍ଥ ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ। କମଳା, ଅଁଳା ଓ ଲେମ୍ବୁ ପାଣି ଗଳା ଖରାପ ସମୟରେ ଆପଣଙ୍କ ପାଇଁ ଅଧିକ ଫଳପ୍ରଦ ହୋଇପାରେ। କିନ୍ତୁ ଥଣ୍ଡା ସମୟରେ ହାଲୁକା ଖରାରେ ବସି ଗଳା ଯନ୍ତ୍ରଣାରୁ ମୁକ୍ତି ପାଇଁ ଏସବୁ ଖାଇଲେ, ଅଧିକ ଲାଭଦାୟକ ହେବ।
ଡାଳଚିନି : ଗଳା ଖରାପ ଥିଲେ ଡାଳଚିନି ଯୁକ୍ତ ଚା’ ପିଅନ୍ତୁ। ଚା’ କପ୍ରେ ଢାଳିବା ପରେ ୧ ଚିମୁଟା ଲୁଣ ପକାନ୍ତୁ। ଏଥିରେ ମଧ୍ୟ ଆପଣଙ୍କୁ ଅନେକ ମାତ୍ରାରେ ଆରାମ ମିଳିବ। କିନ୍ତୁ କାଶ ହେଉଥିବା ସମୟରେ କ୍ଷୀର ପିଇବାଠାରୁ ଦୂରେଇ ରହନ୍ତୁ। ଅଧିକ ତୈଳୀୟ ଓ ଜଙ୍କଫୁଡ୍ ଖାଇବାଠାରୁ ଦୂରେଇ ରହନ୍ତୁ। ମଇଦାରେ ତିଆରି ଜିନିଷ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଅଧିକ ଟମାଟୋ ପିଆଜଯୁକ୍ତ ଘରେ ତିଆରି ତରକାରୀ ମଧ୍ୟ ଖାଆନ୍ତୁ ନାହିଁ। ଖାଇବା ପରେ ହାଲୁକା ଗରମ ପାଣି ପିଅନ୍ତୁ।


