ଟେଲିକମ୍ ମନ୍ତ୍ରାଳୟକୁ ୮ ହଜାର କୋଟି ପ୍ରଦାନ କଲା ଭାରତୀ ଏୟାରଟେଲ
ମୁମ୍ବାଇ : ଟେଲିକମ୍ ମନ୍ତ୍ରାଳୟକୁ ଭାରତୀ ଏୟାରଟେଲ ପକ୍ଷରୁ ୮ ହଜାର କୋଟି ଟଙ୍କାର ବକେୟା ରାଶି ପ୍ରଦାନ କରାଯାଇଛି । ଏୟାରଟେଲ୍ର ସମୁଦାୟ ବକେୟା ରାଶି ୩୫ ହଜାର ୫ ଶହ କୋଟି ଟଙ୍କା ରହିଥିଲା । ଆଜିର ୮୦୦୪ କୋଟିକୁ ମିଶାଇ ଏୟାରଟେଲ ସମୁଦାୟ ୧୮ ହଜାର ୪ କୋଟି ଟଙ୍କା ପ୍ରଦାନ କରିଛି । ଶନିବାର ଏୟାରଟେଲ ୫ ହଜାର କୋଟି ପ୍ରଦାନ କରିଥାନ୍ତା ମାତ୍ର ଅତିରିକ୍ତ ୩୦୦୪ କୋଟି ସହିତ ସମୁଦାୟ ୮୦୦୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ଫେବୃୟାରୀ ୧୭ ତାରିଖରେ ଏୟାରଟେଲ୍ ପକ୍ଷରୁ ଟେଲିକମ୍ ମନ୍ତ୍ରାଳୟକୁ ୧୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।


