ଭୁବନେଶ୍ୱର-କଟକ ଜନସାଧାରଣ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ । ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଅର୍ଥାତ ରବିବାରଠାରୁ ୩୧ ତାରିଖ ଯାଏଁ ଏହି ଟ୍ରେନ ପରୀକ୍ଷାମୂଳକଭାବେ ଚାଲିବ । ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନଟି କଟକ ଯିବ । କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ । ଭୁବନେଶ୍ୱରରୁ ଅପରାହ୍ଣ ୧ଟା୩୦ରେ ଟ୍ରେନ ଛାଡ଼ି କଟକରେ ୨ଟା୩୦ରେ ପହଞ୍ଚିବ । କଟକରୁ ୨ଟା୪୦ରେ ଛାଡ଼ି ସନ୍ଧ୍ୟା ୫ଟା୨୦ରେ ଭୁବନେଶ୍ୱରରେ ପହଞ୍ଚିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ