କହ୍ନେୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବ

ନୂଆଦିଲ୍ଲୀ: ଜେଏନୟୁଏସୟୁ (ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ) ର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବ । ଦିଲ୍ଲୀ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ୨୦୧୬ ଫେବୃୟାରୀରେ ବିଶ୍ୱବିଦ୍ୟାଳୟ ପରିସରରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବାରୁ କହ୍ନେୟା ଏବଂ ଅନ୍ୟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବ । ମାମଲାର ବିଚାରଣ ଆରମ୍ଭ କରିବାକୁ ଦିଲ୍ଲୀ ସରକାରଙ୍କ ଅନୁମତି ପାଇଁ ବହୁତ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ଶେଷରେ ଦିଲ୍ଲୀ ହିଂସା ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଗତ ବର୍ଷ ଜାନୁଆରୀ ୧୪ରେ ପୁଲିସ କହ୍ନେୟା କୁମାର, ପୂର୍ବତନ ଜେଏନୟୂ ଛାତ୍ର ଉମର ଖାଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଏମାନେ ଫେବ୍ରୁଆରୀ ୯, ୨୦୧୬ରେ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା କାର୍ଯ୍ୟକ୍ରମରେ ଦେଶ ବିରୋଧୀ ସ୍ଲୋଗାନକୁ ସମର୍ଥନ କରିଥିଲେ ଏବଂ ଏକ ଶୋଭାଯାତ୍ରା କରିଥିଲେ ବୋଲି ପୁଲିସ ପ୍ରମାଣ ଉପସ୍ଥାପନ କରିଥିଲା । ତେବେ ମାମଲା ଚଳାଇବା ପାଇଁ ସେତେବେଳେ ଆପ ସରକାର ପୁଲିସକୁ ଅନୁମତି ଦେଇନଥିଲେ । ସରକାର ଏ ବାବଦ ଅନୁମତି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ