ପୋଲସରା ଏନଏସିର ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ

ପୋଲସରା : ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ ସଫେଇ କର୍ମଚାରୀ ମାନେ କାର୍ଜ୍ୟାଳୟ ସମ୍ମୁଖରେ ଶନିବାର ଦିନ ଧାରଣା ଦେଇଥିଲେ । ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସେ ଧାରଣାରେ ବସିଥିବା ସଫେଇ କର୍ମଚାରୀ ବୃନ୍ଦଙ୍କ ସହ ସେମାନଙ୍କର ଦାବୀ ବିଷୟ ନେଇ ଆଲୋଚନା କରିଥିଲେ।ପରେ ବିଧାୟକ ସାହୁ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସହ ଆଲୋଚନା କରିଥିଲେ। ଉଭୟଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ବାହାର କଲାପରେ ସଫେଇ କର୍ମଚାରୀ ବୃନ୍ଦ ଧାରଣା ପ୍ରତ୍ୟାହାର କରି କାର‌୍ୟ୍ୟରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ