ଚୁଡାନ୍ତ ପ୍ରାର୍ଥୀ ତାଲିକାରେ ୫ ଜଣ ପ୍ରାର୍ଥୀ
ବୁଗୁଡା : ବୁଗୁଡା ବ୍ଲକର ବି.କରଡ଼ାବାଡି ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି।ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ ସୀମା ସୁଧା କୌଣସି ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଆବେଦନ କରିନଥିବା ଯୋଗୁଁ ସମସ୍ତ ୫ ଜଣ ପ୍ରାର୍ଥୀଙ୍କ ନାମକୁ ନିର୍ବାଚନ ଅଧିକାରୀ କାଏମ ରଖିଥିଲେ।ଆସନ୍ତ ମାର୍ଚ୍ଚ ୨୦ ତାରିଖରେ ହେବାକୁ ଥିବା ସରପଞ୍ଚ ଉପନିର୍ବାଚନରେ ଡ଼ି.ସତ୍ୟନାରାୟଣ ଆଚାରୀ, ନିତ୍ୟାନନ୍ଦ ପ୍ରଧାନ, ପ୍ରଫୁଲ କୁମାର ମହାପାତ୍ର,ରାଜେନ୍ଦ୍ର କିଶୋର ନାୟକ ଓ କାହ୍ନୁ ଚରଣ ଦାସ, ଏହି ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ। ସକାଳ ୭ ଘଣ୍ଟାରୁ ୧୨ଘଣ୍ଟା ମଧ୍ୟରେ ଭୋଟଦାନ ଅନୁଷ୍ଠିତ ହେବା ସହ ପର ଦିନ ୨୧ ତାରିଖରେ ଫଳାଫଳ ଘୋଷଣା ହେବ।