ଦ୍ୱାଦଶାହରେ ବରିଷ୍ଠ ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳୀ
ଆସିକା (ୱାଇଏନ୍ଏସ୍) : ଆସିକା ପୌର ପରିଷଦ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର କଳିଙ୍ଗରୋଡ ଅଞ୍ଚଳର ବରିଷ୍ଠ ସମାଜସେବୀ ସ୍ୱର୍ଗତ ପି.ଯୁଧିଷ୍ଠିର ଦୋରାଙ୍କ ବୟସାଧିକ ଓ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ଗତ ୨୮ ତାରିଖ ଦିନ ପରଲୋକ ଗମନ କରିଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ କଳିଙ୍ଗରୋଡ ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ଆଧ୍ୟାତ୍ମିକପ୍ରେମୀ ସ୍ୱର୍ଗତ ପି.ଯୁଧିଷ୍ଠିର ଦୋରାଙ୍କ ତିରୋଧାନର ଦ୍ୱାଦଶାହ ତିଥି ଗୁରବାର ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତଥା ଆଧ୍ୟାତ୍ମିକପ୍ରେମୀ ସ୍ୱର୍ଗତ ପି.ଯୁଧିଷ୍ଠିର ଦୋରାଙ୍କ ସ୍ତ୍ରୀ ପି.ଅନ୍ନପୂର୍ଣ୍ଣା ଦୋରା, ପୁତ୍ର ପି.ପ୍ରକାଶ ଦୋରା, ପି.ଅଲେଖ ଦୋରା, ପି.ରାମବାବୁ ଦୋରା, ପି.ଲାଛନା ଦୋରାଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ କଳିଙ୍ଗରୋଡ ଅଂଚଳର ଜଣାଶୁଣା ବରିଷ୍ଠ ସମାଜସେବୀ ତଥା ଆଧ୍ୟାତ୍ମିକପ୍ରେମୀ ସ୍ୱର୍ଗତ ପି.ଯୁଧିଷ୍ଠିର ଦୋରାଙ୍କ ଦ୍ୱାଦଶାହ ତିଥି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ନଚିିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ପି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ନାୟକ, ସରପଞ୍ଚ ଜୟନ୍ତୀ ବେହେରା, ସମିତି ସଭ୍ୟ ତ୍ରିନାଥ ବେହେରା, ଆସିକାର ପୂର୍ବତନ କାଉନସିଲର ରବିନ୍ଦ୍ରନାଥ ପୋଲାଇ, ସମାଜସେବୀ ଦେବକାନ୍ତ ଶର୍ମା, ତେଲୁଗୁ ଦୋରା ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ଇ.ଗୋପାଳରାଓ ଦୋରା, ଇ.ମାହଶ୍ୱେରୀ ଦୋରା, ଡି.ରାମାରାଓ ଦୋରା, ବି.ମୋହନ ରାଓ ଦୋରା, କେଶବ ରାଓ, ବାଲରାଜୁ ଦୋରା, ସତ୍ୟ ନାରାୟଣ ଦୋରା, ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ଘରୋଇ ବସ ମାଲିକ ସଂଘର ବସଷ୍ଟାଣ୍ଡ ସଂପାଦକ ସନ୍ତୋଷ କୁମାର ପୋଲାଇ, ସମାଜସେବୀ ପ୍ରିୟାଂଶୁ ଶେଖର ପରିଡା, ଅଜିତ୍ କୁମାର ମୁନି, ଯୁବ ବିଜେଜି ନେତା ଜିତେନ୍ଦ୍ର କୁମାର ମହାରଣା, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ଯୁବ ବିଜେଡି ନେତା ବିମଳ ପ୍ରଧାନ, ସନ୍ତୋଷ କୁମାର ନାହାକ, ସୁନିଲ୍ କୁମାର ପାଣିଗ୍ରାହୀ, କାହ୍ନୁରଣ ଦଳେଇ, କେଶବ ଦାଶ, ଆକାଶ ସ୍ୱାଇଁଙ୍କ ସମେତ ଦଳମତ ନିର୍ବିଶେଷରେ ଶତାଧୀକ ଶୁଭେଚ୍ଛୁ, ସଚେତନ ନାଗରିକ, ରାଜନେତା, ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇ ପରୋପକାରୀ ବ୍ୟକ୍ତି ସ୍ୱର୍ଗତ ପି.ଯୁଧିଷ୍ଠିର ଦୋରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା ।


