ଦ୍ଵିତୀକୃଷ୍ଣ ଥିଲେ ସମାଜ ଗଠନର ଶ୍ରେଷ୍ଠ ବିନ୍ଧାଣି
ଦିଗପହଣ୍ଡି(ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି “ଇସକଫ” ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ସାଂସଦ ଦ୍ଵିତୀକୃଷ୍ଣ ପଣ୍ଡାଙ୍କ ବିୟୋଗରେ ଅନୁଷ୍ଠିତ ଏହି ସଭାରେ ‘ଇସକଫ’ ଜିଲ୍ଲା ସଭାପତି ତଥା ଖେମୁଣ୍ଡି ଓକିଲ ସଂଘର ସଂପାଦକ ହରପ୍ରସାଦ ରଥ ସଭାପତିତ୍ୱ କରିଥିଲେ।ଏଥିରେ ଦିଗପହଣ୍ଡି ବିଡ଼ିଓ ହଳଧର ଶବର,ଆସିକା ଓକିଲ ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ରନାଥ ପଣ୍ଡା, ଇସକଫର କେନ୍ଦ୍ରୀୟନେତା ଗୋକୁଳଚନ୍ଦ୍ର ପଣ୍ଡା, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ବିଜେଡି ଜିଲ୍ଲା ଉପସଭାପତି କେ.ହରିବନ୍ଧୁ ରେଡି, ବରିଷ୍ଠ ନେତା ଶମ୍ଭୁ ପଣ୍ଡା, ଖେମୁଣ୍ଡି ଓକିଲ ସଂଘର ସଭାପତି ରସାନନ୍ଦ ରାଉତ, ଏନ୍ଏସି ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପଣ୍ଡା, ହୃଦୟ ରଞ୍ଜନ ମେକାପ, ଉଦୟ ନାଥ ସ୍ଵାଇଁ, କମ୍ୟୁନିଷ୍ଟ ନେତା ଅଳକନାଥ ମିଶ୍ର, ଏଆଇଓ୍ଵାଇଏଫ ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।ଦ୍ଵିତୀକୃଷ୍ଣ ବାବୁ ଅଗଣିତ ମେହନତୀ ମଣିଷର ଶାଣିତ ସ୍ଵର ଥିଲେ ବୋଲି ବହୁ ବକ୍ତା ମତପୋଷଣ କରିବା ସହ ସମାଜ ଗଠନର ଜଣେ ଶ୍ରେଷ୍ଠ ବିନ୍ଧାଣି ରହିଥିବା ମଧ୍ୟ ମତପ୍ରକାଶ ପାଇଥିଲା।ଏଥିରେ ଆଇନଜୀବୀ ଚନ୍ଦ୍ରଧ୍ଵଜ ସିଂହ,ଅଶେଷ ନାଥ ମିଶ୍ର, କୁରେଶୁ ପଣ୍ଡା, ଇ.ଅର୍ଜୁନ,ବିଜୟ କୁମାର ପ୍ରଧାନ, ସିମାଞ୍ଚଳ ପ୍ରଧାନ, ମନୋରଞ୍ଜନ ପଣ୍ଡା, ରବିଚନ୍ଦ୍ର ଗୌଡ଼,ଲକ୍ଷ୍ମୀ ନାରାୟଣ ପଣ୍ଡା, ତବତିଆ ଡାକୁଆଙ୍କ ସମେତ ପଞ୍ଚାନନ ସ୍ଵାଇଁ,ବସନ୍ତ କୁମାର ପଟ୍ଟନାୟକ, ତପନ ମିଶ୍ର, ଦୈତାରି ରେଡି, ଭଗବାନ ବାଡତ୍ଯା,ବିଜୟ ପ୍ରଧାନ, ରାଧାକାନ୍ତ ମାହାଙ୍କୁଡ,ମନୋଜପଟ୍ଟନାୟକ,ପ୍ରହ୍ଲାଦ ଭୂୟାଁ, ପୀତବାସ ତ୍ରିପାଠୀ ପ୍ରମୁଖ ବହୁ ଗଣ୍ଯମାନ୍ଯ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଶେଷରେ ଇସକଫ ଜିଲ୍ଲା ସମ୍ପାଦକ ବିଦେଶୀ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ।